ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭ୍ରମର ବାଗ ଙ୍କ କବିତା ହେ ଚକାଆଖି ମୋତେ ଦିଅ ଆଶିଷ 

 ହେ ଚକାଆଖି ମୋତେ ଦିଅ ଆଶିଷ 

ହେ ଚକାଆଖି ମୋତେ ଦିଅ ଆଶିଷ

ଦିଅ ଆଶିଷ ମୋତେ ଦିଅ ଆଶିଷ…

                      ମୁଁ ଦୀନ ଜନ

                       ହୀନ ଅକିଞ୍ଚନ…

ତୁମରି କରୁଣା କରିଛି ଆଶ….,

ହେ ଚକାଆଖି ମୋତେ ଦିଅ ଆଶିଷ

                    ( 0 )

ତୁଣ୍ଡେ କୁଟା ଧରି ସତେ, ଆଖି ଛୁଇଁ କହୁଛି

ଢୋକେ ପିଇ ଦଣ୍ଡେ ଜୀଇଁ, ଏ ଜୀବନ କାଟୁଛି,

               କି କହିବି ତୁମ ଆଗେ…

ମୋ’ ଦୁଃଖ ବିଶେଷ……..,

ହେ ଚକାଆଖି ମୋତେ ଦିଅ ଆଶିଷ..

                    ( ୧ )

ଆଗେ ପଛେ ନାହିଁ କେହି, ଚାରି ଦଉଡ଼ି କଟା

ନର-ଗୋଠ ଖଣ୍ଡିଆ ମୁଁ, କପାଳ ମୋର ଫଟା,

             ତୁମେ ପ୍ରାଣ ତୁମେ ବଳ…

ତୁମେ ମୋ’ ସାହସ……,

ହେ ଚକାଆଖି ମୋତେ ଦିଅ ଆଶିଷ.

                    ( ୨ )

ମାଗୁ ନାହିଁ ରହିବାକୁ, ତୁମରି ପ୍ରାସାଦ

ଚାହୁଁନାହିଁ ସୁଖ ପାଇଁ, ଧନ କି ସମ୍ପଦ,

              ଦିଅ ଟିକେ ଓଠେ ହସ…

ମୁଖେ ମଧୁ ଭାସ……..,

ହେ ଚକାଆଖି ମୋତେ ଦିଅ ଆଶିଷ.

ଦିଅ ଆଶିଷ. ମୋତେ ଦିଅ ଆଶିଷ

           ( ୩ )

ଭ୍ରମର ବାଗ

କୋଦୋବେଡ଼ା, ନୂଆପଡ଼ା

Related posts

କସ୍ତୁରୀବା ବାଳାଶ୍ରମ ରେ ଆଜାଦିକା ଅମୃତ ମହୋତ୍ସବ

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ପାଞ୍ଚ ବର୍ଷର ଝିଅ ଙ୍କୁ ଦୁଷ୍କର୍ମ ଉଦ୍ୟମ,ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!