ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭ୍ରମର ବାଗ ଙ୍କ କବିତା ହେ ଚକାଆଖି ମୋତେ ଦିଅ ଆଶିଷ 

 ହେ ଚକାଆଖି ମୋତେ ଦିଅ ଆଶିଷ 

ହେ ଚକାଆଖି ମୋତେ ଦିଅ ଆଶିଷ

ଦିଅ ଆଶିଷ ମୋତେ ଦିଅ ଆଶିଷ…

                      ମୁଁ ଦୀନ ଜନ

                       ହୀନ ଅକିଞ୍ଚନ…

ତୁମରି କରୁଣା କରିଛି ଆଶ….,

ହେ ଚକାଆଖି ମୋତେ ଦିଅ ଆଶିଷ

                    ( 0 )

ତୁଣ୍ଡେ କୁଟା ଧରି ସତେ, ଆଖି ଛୁଇଁ କହୁଛି

ଢୋକେ ପିଇ ଦଣ୍ଡେ ଜୀଇଁ, ଏ ଜୀବନ କାଟୁଛି,

               କି କହିବି ତୁମ ଆଗେ…

ମୋ’ ଦୁଃଖ ବିଶେଷ……..,

ହେ ଚକାଆଖି ମୋତେ ଦିଅ ଆଶିଷ..

                    ( ୧ )

ଆଗେ ପଛେ ନାହିଁ କେହି, ଚାରି ଦଉଡ଼ି କଟା

ନର-ଗୋଠ ଖଣ୍ଡିଆ ମୁଁ, କପାଳ ମୋର ଫଟା,

             ତୁମେ ପ୍ରାଣ ତୁମେ ବଳ…

ତୁମେ ମୋ’ ସାହସ……,

ହେ ଚକାଆଖି ମୋତେ ଦିଅ ଆଶିଷ.

                    ( ୨ )

ମାଗୁ ନାହିଁ ରହିବାକୁ, ତୁମରି ପ୍ରାସାଦ

ଚାହୁଁନାହିଁ ସୁଖ ପାଇଁ, ଧନ କି ସମ୍ପଦ,

              ଦିଅ ଟିକେ ଓଠେ ହସ…

ମୁଖେ ମଧୁ ଭାସ……..,

ହେ ଚକାଆଖି ମୋତେ ଦିଅ ଆଶିଷ.

ଦିଅ ଆଶିଷ. ମୋତେ ଦିଅ ଆଶିଷ

           ( ୩ )

ଭ୍ରମର ବାଗ

କୋଦୋବେଡ଼ା, ନୂଆପଡ଼ା

Related posts

ମାଟ୍ରିକ ରେଜଲ୍ଟ: ୬ତାରିଖ ଦିନ ୧ଟାରେ ପ୍ରକାଶ ପାଇବ

ମଦ ଦୋକାନ ବନ୍ଦ ପାଇଁ ଧାରଣାରେ ବସିଲେ ନାରୀ ମହାସଙ୍ଘ

Sunil Chandra Nayak

ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର ବ୍ଯବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର

Sunil Chandra Nayak

Leave a Comment

error: Content is protected !!