ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବାହୁଡା ଯାତ୍ରା

    ବାହୁଡା ଯାତ୍ରା

     ବେଣୁଧର ସୂତାର

 

ଅଖିଳ ବିଶ୍ବର ରାଜ ରାଜେଶ୍ଵର

ନୀଳାଦ୍ରି ବିହାରୀ ହରି

ଦିବ୍ୟମୟଲୀଳା କରେଚକାଡୋଳା

ନନ୍ଦିଘୋଷେ ବିଜେ କରି

                  ପ୍ରାଣମିତ ଲୋ

ଲୋ ପ୍ରାଣ ମିତ 

ଦେଖିବା ଶ୍ରୀଗୁଣ୍ଡିଚା ଯାତ

ତିନିରଥ ସୁସଜ୍ଜିତ

ବିଜେ ହେବେ ଶ୍ରୀ ଅଚ୍ୟୁତ

ପ୍ରାଣ ମିତ,ଦେଖିବା           

            ଶ୍ରାଗୁଣ୍ଡିଚା ଯାତ ।।

ସୁନୀଳ ଜୀମୁତକାନ୍ତି ଦାରୁମୁରାରୀ

ଅଖିଳ ମନମୋହନ ରୂପମାଧୁରୀ

ଅପୂର୍ବରୂପଧାରୀ ଦାରୁବ୍ରହ୍ମମୁରାରୀ

ଆସନ୍ତି ରାମହରି ପହୁଣ୍ଡିବିଜେକରି

ଚିନ୍ମୟଚିଦାନନ୍ଦ ବଳରାମଗୋବିନ୍ଦ

ସଙ୍ଗେଘେନି, ଭଗିନୀ              

             ସୁଭଦ୍ରିକା ମାତ     

                ଲୋ,ପ୍ରାଣମିତ………

ମଥାରେ ଟାହିଆ ଦେଖ

                       କି,ଅନୁପମ

ଝୁଲି ଝୁଲି ଆସୁଛନ୍ତି

                      ଶ୍ରୀ ବଳରାମ

ଆଡପମଣ୍ଡପରୁ ଆସନ୍ତି ମହାମେରୁ

କାମ କଳପତରୁ 

                ଦେଖିବା ନେତ୍ରେଦୂରୁ

ବିଜୟ ନନ୍ଦିଘୋଷେ

                 କଳା ବାମନ ବେଶେ

ତନୁ ମନ,ତାପାଦେ କରିସମର୍ପିତ।

                ଲୋ ପ୍ରାଣମିତ………

ଶରଧାବାଲିରୁ ତାର ସିଂହ ଦୁଆର                          

ଭକ୍ତଜନ ସମୁଦ୍ରର ଉଠେ ଜୁଆର

ଭକତ ଭଗବାନ ଅପୂର୍ବ ଏ ମିଳନ

ରଥରେ ଦରଶନ ନିର୍ଗୁଣ ନିରଞ୍ଜନ

ବିମୁଗ୍ଧ ଭାବସତ୍ତା ନିଖିଳମୁକ୍ତିଦାତା

ଶ୍ରୀପୟରେ ,କରିବା 

            ଭକ୍ତି ପ୍ରଣିପାତ

                    ଲୋ ପ୍ରାଣମିତ

      ଦେଖିବା ଶ୍ରୀଗୁଣ୍ଡିଚା ଯାତ ।।

କେଶଦୁରାପାଳ , କେନ୍ଦୁଝର

 

Related posts

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

Sunil Chandra Nayak

ଶ୍ରୀମତୀ ସ୍ନେହ ମିଶ୍ର ଙ୍କ କବିତା ଶଂଖା ସିନ୍ଦୁର

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶେଷ ଚିଠି

Sunil Chandra Nayak

Leave a Comment

error: Content is protected !!