ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକୃତି ବଂଧୁ ସମ୍ମାନରେ ସମ୍ମାନିତ ହେଲେ ଶୈଳବାଳା ଷଡଙ୍ଗୀ

ରାଉରକେଲା/ ରାଉରକେଲାର ଜଣାଶୁଣା ସମାଜସେବୀ ଶୈଳବାଳା ଷଡଙ୍ଗୀଙ୍କୁ ପ୍ରକୃତିବନ୍ଧୁ ସମ୍ମାନ ରେ ରାଜ୍ୟ ସରକାର ସମ୍ମାନିତ କରିବା ସହ ୧୦ହଜାର ଟଙ୍କା ଆର୍ଥିକ ରାଶି ପ୍ରୋତ୍ସାହନ ସୂରୁପ ପ୍ରଦାନ କରିଛନ୍ତି। ସୁନ୍ଦରଗଡ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୩ତମ ବନ ମହୋତ୍ସବରେ ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ,ସୁନ୍ଦରଗଡ ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦ ଓ ସୁନ୍ଦରଗଡ ଏସପି ସାଗରିକା ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁଶ୍ରୀ ଷଡଙ୍ଗୀଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିଥିଲେ। ଏହି ପୁରସ୍କାର ତାଙ୍କ ମା ପ୍ରମିଳା ଷଡଙ୍ଗୀ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ଯେ ସୁଶ୍ରୀ ଷଡଙ୍ଗୀ କେନ୍ଦ୍ରାପଡା ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାପା ଅଭୟ କୁମାର ଷଡଙ୍ଗୀ ଆରଏସପି ରୁ ଅବସର ପରେ ସଂପ୍ରତି ସେକ୍ଟର ୮ରେ ଅବସ୍ଥାନ କରୁଛନ୍ତି। ଶୈଳବାଳା ସଂପ୍ରତି ଜି.ଏନ.ଖାଲସା ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ଜଣେ ସୁସାହିତ୍ୟିକ ହେବା ସଂଗେ ସଂଗେ ସମାଜସେବା, ବୃକ୍ଷରୋପଣ କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ସେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେବା ପରେ ସହରର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତ ରଖିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠ ରେ ଧର୍ମୀୟ ସଭା  

Sunil Chandra Nayak

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”

Sunil Chandra Nayak

ନର୍ଲା ଦୁଇଗୋଟି ଜୋନରେ ବିଜେଡ଼ିର ବାଜିମାତ

Sunil Chandra Nayak

Leave a Comment

error: Content is protected !!