ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚଳାନପଡା ରାମନାଥ ଉଚ୍ଚ ବିଦ୍ୟାପୀଠ ରେ ବନ ମହୋତ୍ସବ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡା ସ୍ଥିତ ରାମନାଥ ଉଚ୍ଚ ବିଦ୍ୟାପୀଠ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ସଂଜୀବ କୁମାର ଠାକୁର ସଭପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖୁଦପେଜ ସରପଞ୍ଚ ଜ୍ୟୋସ୍ନାମଞ୍ଜରୀ ଶତପଥି ଯୋଗ ଦେଇ ଜଙ୍ଗଳ ସୃଷ୍ଟି ପ୍ରତ୍ୟେକ ସମାଜ ଏବଂ ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି କହିଥିଲେ।ମୁଖ୍ୟ ବକ୍ତା ରୂପେ ସ୍କୁଲ ପ୍ରତିଷ୍ଠାତା ଦୁଖଃଭଂଜନ ବାରିକ ଏବଂ ଅତିଥି ରୂପେ ରାଧେଶ୍ୟାମ ଶତପଥୀ ଯୋଗ ଦେଇଥିଲେ। ସଭାକୁ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା କ୍ରୀଡ଼ା ଶିକ୍ଷକ ରାଜକପୁର ବାରିକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ବିରେନ୍ଦ୍ର ନନ୍ଦ, ଫକୀର ମୋହନ ଦାସ, ଗୋପାଳ ଯୋଶୀ, ସନତ ମୁଣ୍ଡ, ହୀରାଲାଲ ରଣା, ଦିନନାଥ ସାହୁ, କମଳା କାନ୍ତ ଚଳାନ, ସୁରେଶ ମାଝୀ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ । ଏ ଅବସରରେ ନବମ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ବଦ୍ଧିତ ଚିତ୍ରଙ୍କନ, ବକୃତା ଏବଂ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ଦିବ୍ୟ ରଚିତା ବାରିକ, ଲିପସାମୟୀ ଚଳାନ, ପୁନମ ବାରିକ ,ଈଶ୍ୱରୀ ମାଝୀ , ତାପସ ପଟେଲ, ରଞ୍ଜିତା ସଗରିଆ , ତନୁ ବେହେରା, କୌଶଲ୍ୟା ଚଳାନ, ଆଭାସିନୀ ବାଗ,ପ୍ରିୟ ଦର୍ଶିନୀ ବାରିକ,ଭୀଷ୍ମଦେଵ ମହାନନ୍ଦ ,ଆଭାସିନୀ ବାଗ,ବବି ବେହେରା , ପୂଜାରାଣୀ ଦଣ୍ଡସେନା, ଜ୍ୟୋତିରମୟୀ ସଗରିଆ , ଅରୁଣା ଚଳାନ ପ୍ରମୁଖ ପୁରସ୍କୃତ ହୋଇଥିଲେ।ସ୍କୁଲ ପରିସର ମଧ୍ୟରେ କଦମ୍ବ, ଲେମ୍ବୁ, ସଗୁଆନ,ନିମ୍ନ ଏବଂ ଅଁଳା ବୃକ୍ଷ ରୋପଣ କରାଯାଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଇନ୍ଦ୍ରଧନୁ

Sunil Chandra Nayak

କାର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ 

Sunil Chandra Nayak

କବି ରାମ ଚନ୍ଦ୍ର ମହାନ୍ତି ଙ୍କ କବିତା – ଭକ୍ତର ବାନ୍ଧବ ବୋଲି

Sunil Chandra Nayak

Leave a Comment

error: Content is protected !!