ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳରୁଦ୍ର ପାଣି ପଞ୍ଚାୟତର କର୍ମ କର୍ତ୍ତା ଚୟନ

 ଚିଲିଗୁଡା ( ମ ନି ସ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମୀଣି ଗୁଡା ଓ ଦାବ ଝରଣ ଗାଁ କୁ ନେଇ ଗଠିତ ୩୨ ନ ଜଳ ରୁଦ୍ର ପାଣି ପଞ୍ଚାୟତ ର ନିର୍ବାଚନ ବ୍ରାହ୍ମୀଣି ଗୁଡା ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ସଦସ୍ୟ ଚୟନ ପରେ ସହମତି ଭିତ୍ତିରେ ନିର୍ବାଚନ କରାଯାଇଥିଲା । ଏଥିରେ ସଭାପତି ଭାବେ ସୋମନାଥ ପାତ୍ର ,ସମ୍ପାଦକ ଭାବେ ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡ଼ା ମାଝି ଏବଂ କୋଷ।ଧକ୍ଷ ଭାବେ ମନ ମୋହନ ମଳିକ ନିର୍ବାଚନ ହୋଇଥିଲେ ।ନିର୍ବାଚନ ସମୟରେ ବିଭାଗୀୟ ନିର୍ବାଚନ ଅଧିକାରୀ ତଥା ପାଣି ପଞ୍ଚାୟତ ର ସମସ୍ତ ସଦସ୍ୟ ତଥା ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।ଆଗାମୀ ଦିନରେ ଚାଷୀମାନଙ୍କୁ ସଠିକ ମାତ୍ରାରେ ଜଳ ଯୋଗାଣ ର ବ୍ୟବସ୍ଥା କରାଯିବ ବୋଲି ନବ ନିର୍ବାଚିତ ସଭାପତି ସୋମନାଥ ପାତ୍ର ପ୍ରକାଶ କରିଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନୀଳ ମାଧବ ସରକାରୀ ହାଇ ସ୍କୁଲରେ 76ତମ ସ୍ଵାଧୀନତା ଦିବସ ପାଳନ

Sunil Chandra Nayak

ମାମି ପାତ୍ର ଙ୍କ କବିତା ଶରତର ଆଗମାନ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

Leave a Comment

error: Content is protected !!