ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

ଢେଙ୍କାନାଳ -: ୦୯.୦୭.୨୦୨୨ – ଆଜି ଭୁବନେଶ୍ୱରର କେଶରୀ ହୋଟେଲ ଠାରେ କବୟତ୍ରୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ ଅସ୍ତରାଗର ଉନ୍ମୋଚନ ପର୍ବ ବେଶ ଆକର୍ଷଣୀୟ ଭାବେ ପାଳିତ ହୋଇଥିଲା । ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରସିଦ୍ଧ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା, ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ଡ଼. ହୃଷୀକେଶ ମଲ୍ଲିକ, ଖ୍ୟାତନାମା ସାହିତ୍ୟିକା ତଥା ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୟତ୍ରୀ ମମତା ଦାଶ, ଓଡ଼ିଶାର ବିଶିଷ୍ଟ କଥାକାର ଆର୍ଯ୍ୟ ଯଜ୍ଞଦତ୍ତ ଏବଂ ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ ଯୋଗଦେଇ ଏହି ପୁସ୍ତଜଟିର ଉନ୍ମୋଚନ କରିବା ସହ ନିଜ ନିଜର ଚମତ୍କାର ବକ୍ତବ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମଟି କବୟତ୍ରୀ ଶ୍ରୀମତୀ ସୁନନ୍ଦା ବି. ମହାପାତ୍ରଙ୍କ ଦ୍ଵାରା ବେଶ ମନୋଜ୍ଞ ଢଙ୍ଗରେ ସଂଚାଳିତ କରାଯାଇଥିଲା । ଅସ୍ତରାଗର କବୟତ୍ରୀ ଦୀପିକା ଦାଶ ତାଙ୍କ ବକ୍ତବ୍ୟରେ ନିଜ ସାରସ୍ୱତ ଯାତ୍ରା ବିଷୟରେ ବେଶ ମର୍ମସ୍ପର୍ଶୀ କଥା ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଜାହ୍ନବୀ ଚୌଧୁରୀ ଏହି ସଭାର ଶେଷସ୍ପର୍ଶ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ । ଏହି ସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଶେଷ ସାହିତ୍ୟ ପ୍ରତିଭାଧର ଶ୍ରୀଯୁକ୍ତ ସୁରେନ୍ଦ୍ର ପାଣିଗ୍ରାହୀ, ପ୍ରମୋଦ ପ୍ରଧାନ,ଅନୁପ ମିଶ୍ର, ଜ୍ଞାନେନ୍ଦ୍ର କୁମାର ପଣ୍ଡା,ରଶ୍ମି ସାମଲ ଓ ଅନେକ ମାନ୍ୟଗଣ୍ୟ ଯୋଗଦେଇ ଅସ୍ତରାଗ ସମ୍ପର୍କରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ୍

Related posts

ସମାଜସେବୀ କିନ୍ନରଙ୍କ ସହ ଝିଅର ଜନ୍ମଦିନ ପାଳନ କଲେ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପାନ୍ଥଶାଳା

Sunil Chandra Nayak

କମ୍ ବୟସ ଝିଅର ବିବାହ ବନ୍ଦ କଲା ଚାଇଲ୍ଡି ଲାଇନ

Sunil Chandra Nayak

Leave a Comment

error: Content is protected !!