ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାଜିକ ଗଣ ମାଧ୍ୟମ ରେ ଆଦିବାସୀ ଙ୍କ ପ୍ରତି କଟୁ ମନ୍ତବ୍ୟ କୁ ନିନ୍ଦା

ଅଭିଯୁକ୍ତ ଙ୍କୁ ଗିରଫ ଦାବୀ କଲା ସଂଘ

ଧର୍ମଗଡ:୧୦/୭/୨୨: ଆଦିବାସୀ ମାନଙ୍କ ଉପରେ ସାମାଜିକ ଗଣ ମାଧ୍ୟମ ରେ କଟୁ ମନ୍ତବ୍ୟ ଦେଇ ଥିବା ଦୁଇବ୍ୟକ୍ତି ଦିବ୍ୟସିଂହ ସାମନ୍ତ ଓ ବିଶ୍ୱଜିତ ମାହୁନ୍ତ ଙ୍କୁ ଗିରଫ ଦାବୀ ରେ ଧର୍ମଗଡ ଥାନାରେ ଆଦିବାସୀ ସଙ୍ଘ ତରଫ ରୁ ଏତଲା ଦିଆଯାଇଛି l    କୋଶଳ ରାଜ୍ୟ ଗଠନ ଦାବିରେ ବିଭିନ୍ନ ଜିଲ୍ଲା ରୁ ଆଦିବାସୀ ମାନେ ବିଧାନ ସଭା ଘେରାଓ ବେଳେ କୋଶଲ ରାଜ୍ୟ ଆନ୍ଦୋଳନ କୁ ବିରୋଧ କରି ଦୁଇଜଣ ବ୍ୟକ୍ତି ଦିବ୍ୟସିଂହ ସାମନ୍ତ ଓ ବିଶ୍ୱଜିତ ମାହୁନ୍ତ ଆଦିବାସୀ ମାନଙ୍କ ନାଚ ଉପରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ନିଜ ଫେସ୍ ବୁକ୍ ପୋଷ୍ଟ ରେ କରି ଥିଲେ l ସେମାନ ଙ୍କ ଦ୍ଵାରା ବ୍ୟବହୃତ ଭାଷା ଆଦିବାସୀ ମାନଙ୍କ ମନ ରେ ଆଘାତ ସୃଷ୍ଟି କରିଛି l ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟ ରେ କରାଯାଇଥିବା ଏହି ଆନ୍ଦୋଳନ କୁ ନେଇ ନିର୍ଦ୍ଦିଷ୍ଟ ଭାବେ ଆଦିବାସୀ ସଂସ୍କୃତି ଓ ପରମ୍ପରା ପ୍ରତି ଅପମାନ ସୂଚକ ମନ୍ତବ୍ୟ ପ୍ରଦାନ କରିଥିବା ଦୁଇ ଜଣଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସଙ୍ଘ ଦାବିକରିଛି l ଧର୍ମଗଡ ଆଈ ଆଈ ସି ଦିପାଞ୍ଜଳି ପ୍ରଧାନ ଙ୍କୁ ଦାବୀପତ୍ର ଦେବା ସମୟରେ ଆଦିବାସୀ ସଙ୍ଘ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଶବର,ବନମାଳୀ ଭୋଇ,ରୁକୁରାମ ଶବର, ଶ୍ୟାମସୁନ୍ଦର ମାଝୀ,ଧନେଶ୍ୱର ମାଝୀ, ଦୟାନିଧି ମାଝୀ, ବିରେନ୍ଦ୍ର ମାଝୀ, ଦିଲୀପ ଭୋଇ, ରୁକଚନ ମାଝୀ,ନିରଞ୍ଜନ ଧରୁଆ, ଜୀବନ୍ତ ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଆକାଂକ୍ଷାର ନୀଳସ୍ୱପ୍ନ 

ଲୋକସଭା ସାଂସଦଙ୍କ ପ୍ରତିନିଧି ହେଲେ ଲକ୍ଷ୍ମୀଧର ସନ୍ତୋଷରାୟ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!