ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ନିବେଦନ

        ନିବେଦନ

       ଜ୍ୟୋତ୍ସ୍ନା ରାଣୀ ଦେବୀ

 

ଆହେ ଲୀଳାମୟ ଆନନ୍ଦ ନିଳୟ ନୀଳନୀଳ କଳେବର

ନୀଳାଦ୍ରି ଭୂଷଣ ନୀଳ ସମ୍ମୋହନ ସୌମ୍ୟକାନ୍ତି ବଳୀୟାର

ହେ ଛନ୍ଦାପୟର ଧରିନିଅ କର ବାହୁଡା ବିଜୟ ସାରି

କମନୀୟ କାନ୍ତି ତେଜସ୍କର ଭାନ୍ତି ଦେଖିବାକୂ ମନ ଭାରି ।

 

ଚିତ୍ରିତ ସୁଷମ ତୁମେ ଅନୁପମ ଅଦ୍ଵିତୀୟ ଆଦିନାଥ

ପରମପୁରୁଷ ନ ହୁଅ ବିରସ ଧରି ସୁଦର୍ଶନ ଅସ୍ତ୍ର

ଛେଦିଦିଅ ପ୍ରଭୁ ସକଳ ଅନ୍ଧାର ଯେତେଯେତେ କଳାଛିଟା

ପୋଛି ନେଇଯାଅ ତମସାର ତୀରୁ ପକାଇ ନବୀନ ଭଟ୍ଟା ।

 

ହାତଟେକି ସବୁ ସ୍ଵଦେହୀ ବିଦେହୀ ରହିଛନ୍ତି ଅନୁକ୍ଷଣେ

ହେ ଅଦୃଶ୍ୟ ହାତ ତୁମରି ଇଙ୍ଗିତ ମାରେ ତାରେ ପ୍ରତିକ୍ଷଣେ ।

ହେ ସତ୍ୟ ସୁନ୍ଦର ଦିବ୍ୟ ରଙ୍ଗମଞ୍ଚ ତିଆରିଛ ନିଜ ହାତେ

ଅସୂୟା ଅନ୍ଧାର ଘୋଟିଆସେ ଘୋର ପ୍ରଶାନ୍ତିର ଚଲାପଥେ ।

 

ତୁମ ତ ବାଟୋଇ ଆମେ ତ ବାଟୋଇ ଆଜି ଏଇ ଧରାଧାମେ

ହାତଧରି ନିଅ ସାଥେ ରଖିଥାଅ ଫେରନ୍ତା ର ଏହି ଭୂମେ ।

 ବ୍ରହ୍ମପୁର, ଗଂଜାମ

Related posts

ମହିଳା ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ସେମିନାର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଇରଙ୍ଗପୁର – ଶଶୁର ଘରକୁ ବାଇକରେ ଆସି କୁକୁର ସହ ଧକ୍କାରେ ଜୋଇଁ ଗୁରୁତର

Sunil Chandra Nayak

Leave a Comment

error: Content is protected !!