ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନୀଳାଦ୍ରି ବିଜେ କରିବ

ନୀଳାଦ୍ରି ବିଜେ କରିବ

(ଗୀତି କବିତା)

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ମହାପ୍ରଭୁ ତୁମ ଲୀଳା ହେ ଅପାର 

ତୁମ ଠୁ କିଏ ବଳିବ,

ଛଳିଆ କାଳିଆ ମନ ମୋହନିଆ

ନୀଳାଦ୍ରି ବିଜେ କରିବ…….(୦)

 

ଶ୍ରୀହୀନ ଦିଶୁଛି ଶ୍ରୀମନ୍ଦିର ପୁଣି

ରତ୍ନ ସିଂହାସନ ଖାଲି

ମାଉସୀ ଘରକୁ ଗଲ ହେ ମଣିମା

ବରଷକେ ଥରେ ବୁଲି

ଠକି ଦେଇଗଲ ପଡ଼ିଦାତ୍ରୀଙ୍କୁ ହେ

ତୁମେ ଭଳି କିଏ ହେବ………(୧)

 

ଗୋଡ଼ାଇଲେ ତୁମେ ଦୂରେଇ ଯାଉଛ

ଏବେ କି କରିବ ପୁଣି

ଲକ୍ଷ୍ମୀ ରୁଷିଛନ୍ତି ମାନ କରିଛନ୍ତି

କି କରିବ କମ୍ବୁପାଣି

ରସଗୋଲା ଖୋଇ ପାଟ ଶାଢ଼ୀ ଦେଇ

ମିଛରେ ମନ ମୋହିବ…..(୨)

 

ନାମ ଟି କାଳିଆ ବୁଦ୍ଧିରେ ଛଳିଆ

କପଟିଆ ତୁମେ ନାଥ

ରାଧାଙ୍କୁ ଠକିଛ ସୀତାଙ୍କୁ ଛାଡିଛ

କରି ହେ ତାଙ୍କୁ ଅନାଥ

ମାଆ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ

ହୃଦୟକୁ ହେ ଚିହ୍ନିବ……..(୩)

 

ଭକତ ବାନ୍ଧବ ହେ କଳା ମାଧବ

ତୁମ ଲୀଳା ହେ ଅପାର

ଜଗତର ହିତ ପାଇଁ ତୁମେ ପ୍ରଭୁ

ସହି ଅଛ ଦୁଃଖ ଘୋର

ଧରମ ରକ୍ଷକ ହେ ରମା ନାୟକ

ରକ୍ଷା କର ଏହି ଭବ ……(୪)

ଫୁଲବାଣୀ, କନ୍ଧମାଳ

Related posts

ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

Sunil Chandra Nayak

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!