ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ର ବିକ୍ଷୋବ ପ୍ରଦର୍ଶନ

ଭବାନୀପାଟଣା  : ଆଜି ଜିଲ୍ଲା ମହିଳା କଂଗ୍ରେସ ଉପ ସଭାନେତ୍ରୀ ଶ୍ରୀମତୀ ଯୌଷ୍ନା ବଗର୍ତି ଙ୍କ ନେତୃତ୍ୱରେ ଭବାନୀପାଟଣା ଘୋଡ଼ାଘାଟ ଛକ ନିକଟରେ କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧି କୁ ପ୍ରତିବାଦ କରାଯାଇଥିଲା l ମୋଦି ସରକାର ର ସାତ ବର୍ଷ ଶାସନ କାଳରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଗ୍ୟାସ ଦର ବାରମ୍ବାର ବୃଦ୍ଧି ହେବl ଫଳରେ ଦେଶର ଗରିବ ମଧ୍ୟବିତ୍ତ ଙ୍କ ଉପରେ ବହୁତ ପ୍ରଭାବ ପଡୁଛିl ଗ୍ୟାସ ଦର 500 ରୁ 1050 ଟଙ୍କା ହେଲାଣି l ସରକାର ଗରିବଙ୍କ ଆଖିରୁ ଲୁହ ପୋଛିବାକୁ ଯାଇ ଉଜ୍ଜଳା ଯୋଜନା ଆରମ୍ଭ କଲେ ଓ ସମସ୍ତଙ୍କ ଆଗରେ ବାହାବା ମାରୁଛନ୍ତି l ଅଥଚ ଯେଉଁ ଗରିବ ଲୋକେ ଯୋଜନା ରେ ଅନ୍ତର୍ଭୁକ୍ତ ଅଛନ୍ତି ତାଘରେ ସିଲିଣ୍ଡର କୋଣରେ ପଡିରହିଛି l ଲୋକଙ୍କ ପାଖରେ ତେଲ ଲୁଣ କିଣିବାକୁ ଟଙ୍କାନାହିଁ, ଗ୍ୟାସ ଭରିବେ କିପରି l ପରିବାର ଚଲେଇବା ପାଇଁ ଲୋକେ ଦେଶାନ୍ତର ହେଉଛନ୍ତି l ସେଥିରେ ପୁଣି “ବୋଝଉପରେ ନଳିତାବିଡ଼ା “ଏସବୁ ପାଇଁ କେବଳ କେନ୍ଦ୍ର ବି ଜେ ପି ସରକାର ହିଁ ଦାୟୀ ଏଣୁ ତୁରନ୍ତ ମୋଦି ସରକାର ଗ୍ୟାସ ଦର ପ୍ରତ୍ୟାହାର କରନ୍ତୁ ନଚେତ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଆନ୍ଦୋଳନରତ ମହିଳା କଂଗ୍ରେସ ନେତ୍ରୀମାନେ ଚେତାବନୀ ଦେଇଥିଲେ l ଉକ୍ତ ଲାର୍ଯ୍ୟକ୍ରମରେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ,ଯୁବକଂଗ୍ରେସ ମହିଳା ଉପସଭାନେତ୍ର ମନ୍ଦାକିନୀ ବଣୁଆ, ନାରୀନେତ୍ରୀ ମର୍ଜିନା ପ୍ରଧାନ,ଯlଜ୍ଞସିନୀ ନାଏକ, ଯଶୋଦା ସୁନା, ଝିଲି ରାଉତ,ରତ୍ନମାଳା ମାଝୀ, ପୁଷ୍ପ ବିହାରୀ,ରାଜକୁମାରୀ ସରାଫ,ବସୁମତୀ ବାଗଙ୍କ ସମେତ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ସମ୍ପାଦକ ବ୍ରଜ ସାହୁ, ସୁରେଶ ପଟ୍ଟନାୟକ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ସଂଯୋଜକ ସରୋଜ ବାଗ, ଟି ଳେମନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ l

ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ

 

Related posts

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ମର୍ମନ୍ତୃତ ସଡକ ଦୃଘଟଣା ୪ ମୃତ ୧ ଗୁରୁତର

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!