ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ମାଜିଷ୍ଟ୍ରେଟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୧୧/୭(ମନି ସ) ଜୁନାଗଡ଼ ଯେଏମଏଫସି କୋର୍ଟ ରେ ନୂତନ ଭାବେ ଯୋଗ ଦେଇଥିବା ବିଚାରପତି ପି. ସିତାଲକ୍ଷ୍ମୀଙ୍କୁ ସ୍ଥାନୀୟ ବାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରେ ବରିଷ୍ଠ ଓକିଲ ଅଶୋକ ପାତ୍ର, ମଦନମୋହନ ସାହୁ ନୂତନ ଭାବେ ଯୋଗଦେଇଥିବା ବିଚାରପତି ଙ୍କୁୁ ବାର ତରଫରୁ ସ୍ୱାଗତ କରିବା ସହ ଉଭୟ ବାର ଓ ବେଞ୍ଚ ମିଳିତ ଭାବେ କାର୍ଯ୍ୟ କରି ଲୋକଙ୍କୁ ନ୍ୟାୟ ପ୍ରଦାନରେ ଯତ୍ନବାନ ହେବାକୁ ପ୍ରତିଶୃତି ଦେଇଥିଲେ। ଅନୁରୂପଭାବେ ନୂତନ ବିଚାରପତି ମଧ୍ୟ ସମସ୍ତଙ୍କ ସହଯୋଗ ଲୋଡିଥିଲେ।ବାର ସମ୍ପାଦକ ହିମାଂଶୁ ବରାଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବାର ର ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର କ୍ଷୀତୀ ଙ୍କ ରିପୋର୍ଟ

Related posts

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଆସରେ ପିଲାଏ

ରାଉରକେଲା – ଓଡ଼ିଆ ଭାଷା ବିକାଶ ମଞ୍ଚ ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!