ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୃକ୍ଷରୋପଣ

ନର୍ଲା(ମନିସ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୫ ତମ ବର୍ଷର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବିଦ୍ୟାର୍ଥୀ ପରିଷଦ ତରଫରୁ ସାରା ଦେଶରେ ବୃକ୍ଷ ରୋପଣ ସହ ଅନେକ ସ୍ଥାନରେ ସେବାକାର୍ଯ୍ୟ ହେଉଛି। ଏବିଭିପି ନର୍ଲା ନଗର ତରଫରୁ ପଞ୍ଚାୟତ ସମିତି ମହାବିଦ୍ୟାଳୟ ନର୍ଲା ଓ ସରକାରୀ ଉଚ୍ଚ ବିଦ୍ୟାଳୟ ମାଣ୍ଡେଲରେ ବୃକ୍ଷମିତ୍ର ଅଭିଯାନରେ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲା ନଗର ସଭାପତି ତଥା ଅଧ୍ୟାପିକା ବାସନ୍ତୀ ସାହୁ , କଳାହାଣ୍ଡି ବିଭାଗ ସଂଯୋଜକ ନୃପମଣି ବାହୁକ୍, ରତ୍ନାକର ନାଗ, ସନାତନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ବୃକ୍ଷମିତ୍ର ଅଭିଯାନରେ ବିଦ୍ୟାର୍ଥୀ ପରିଷଦ ସାରା ଦେଶରେ ଏକ କୋଟି ଏବଂ କଳାହାଣ୍ଡି ଜିଲ୍ଲାରେ ୩୦୦୦୦ ବୃକ୍ଷ ରୋପଣ କରିବ ବୋଲି ଜିଲ୍ଲା ସଂଯୋଜକ ତନ୍ମୟ ବିଶି କହିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ

Sunil Chandra Nayak

ପରୋପକାରୀ ମହିଳାଙ୍କ ପରଲୋକ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଝୁରନ୍ତି କାଳିଆ ତୋତେ

Leave a Comment

error: Content is protected !!