ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ ମହୋତ୍ସବ ପାଳିତ

ଜୁନାଗଡ଼,୧୨/୭(ମ ନି ସ) ଜୁନାଗଡ଼ ଚମେଳିଦେବୀ ମହିଳା ମହାବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇ ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସରରେ ମହାଵଦ୍ୟାଳୟ ପ୍ରତିଷ୍ଠାତା ଲୟନ ମାଣିକଚନ୍ଦ ଅଗ୍ରୱାଲ ଯୋଗ ଦେଇ ଏହାର ଶୁଭାରମ୍ଭ କରି କଲେଜ ପରିସର ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା।ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟା ପ୍ରିୟମଞ୍ଜରୀ ପଣ୍ଡା, ଅଧ୍ୟାପକ ,ଅଧ୍ୟାପିକା, ଓ ଛାତ୍ରୀ ଏଥିରେ ସାମିଲଥିଲେ । ଛାତ୍ରୀ ଚକ୍ର ବଣୁଆ,ଜ୍ୟୋତିଶିନୀ ରଣା,ମଇନା ବେନିଆ ବୃକ୍ଷ ରୋପଣ ଶୀର୍ଷକ ବକୃତା ଦେଇଥିଲେ। ସେହିପରି ପିଳିକିଆ ସ୍ଥିତ ଜଗମୋହନ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ତରଫରୁ ବୃକ୍ଷରୋପଣ କରାଯାଇ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପିଲିକିଆ ଗ୍ରାମ ସରପଞ୍ଚ ସଭ୍ୟାରାଣୀ ସୁନାନୀ, ଫରେଷ୍ଟର ପାର୍ଥବ ମାଝୀ, ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ପଣ୍ଡା ଯୋଗ ଦେଇଥିଲେ ଏବଂ ଇକୋ କ୍ଲବ ଦାୟିତ୍ୱ ରେ ଥିବା ଶିକ୍ଷକ ନିରଞ୍ଜନ ସାହାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ଶିକ୍ଷକ ବୃନ୍ଦ ସଂଜୀବ ମେହେର, ପ୍ରଭାତ ନାଏକ, ସୁଶାନ୍ତ କୁମାର ପଣ୍ଡା, ସୁଶାନ୍ତ ସରାଫ, ମନ୍ମଥ କୁମାର ପଣ୍ଡାମୁଖ୍ୟ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

Sunil Chandra Nayak

ବିଦ୍ୟାନିକେତନ ସ୍କୁଲରେ ଶିଶୁ ଶିବିର କାର୍ଯ୍ୟକ୍ରମ

Sunil Chandra Nayak

ଜଣା ଅଜଣା….ଅଦ୍ଭୁତ ଓ ଆଶ୍ଚର୍ଯ୍ୟ !!

Sunil Chandra Nayak

Leave a Comment

error: Content is protected !!