ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକ୍ତରକୁ ମାଡ଼ ଘଟଣା , ଥାନାରେ ଏତଲା

ନୂଆପଡା -: ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦୀନବନ୍ଧୁ ମହାନନ୍ଦ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରୁ ନିଜ ଦାୟିତ୍ବ ସାରି ଖଡ଼ିଆଳ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଜ ସରକାରୀ କାର୍ଯ୍ୟ ନେଇ ଆସୁଥିବା ବେଳେ ଖଡ଼ିଆଳ ବ୍ଲକ ଛକ ଠାରେ ପୂର୍ବରୁ ଜଗି ରହିଥିବା ଜଣେ ବ୍ୟକ୍ତି ନିଜ ପୁଅକୁ ମାରି ଦେଲୁ କହି ଚପଲ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଅଛି । ଫଳରେ ଶ୍ରୀ ମହାନନ୍ଦଙ୍କ ବେକରେ ଆଘାତ ଲାଗିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ. ଦୀନବନ୍ଧୁ ମହାନନ୍ଦ । ଆକ୍ରମଣ କରିଥିବା ଯୁବକ ଜଣକ ବାରେଶ ବାହାଳି ଗ୍ରାମର ଜୁଧେସ ମୁଙ୍ଗୁରି ନାମକ ବୋଲି ଜଣା ପଡ଼ିଛି । ଏନେଇ ଖଡ଼ିଆଳ ଥାନାରେ ଡାକ୍ତର ଶ୍ରୀ ମହାନନ୍ଦ ଅଭିଯୋଗ କରିବା ପରେ କେଶ ନଂ ୨୫୨/୨୨ ରୁଜୁ କରି ଖଡ଼ିଆଳ ପୁଲିସ ଘଟଣାର ତଦନ୍ତ କରୁଛି । ଏହାର ଏକ ଭିଡିଓ ମଧ୍ୟ ଭାଇରଲ ହୋଇ ଖଡ଼ିଆଳରେ ଘୁରିବୁଳୁଛି । ଏହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତ ଦୋଷୀକୁ ଗିରଫ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଏଇସେ କୋଣାର୍କ 

ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜ ପକ୍ଷରୁ ସର୍ଵଭାରତୀୟ ଜୁନିୟର ଖୋ ଖୋ କ୍ରୀଡା ପ୍ରତିଯୋଗିତା ଆରମ୍ଭ , ୧୦ ଗୋଟି ରାଜ୍ୟର କୋଡିଏଟି ଦଳ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!