ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କୁମାର ପଣ୍ଡା ଙ୍କ କବିତା ବୟସର ଅପରାହ୍ନେ

   ବୟସର ଅପରାହ୍ନେ

ଦେଇ ଦେଇ ଛାଇ ବୟସ ବଢିଲା 
ଚାହିଁଛି ସେ ଥୁଣ୍ଟା ହୋଇ ,
ପାଖରେ ତାହାର ଆହାଃ କହିବାକୁ 
ଜଣେ ହେଲେ କେହି ନାହିଁ ।
ସ୍ବାର୍ଥ ଜର୍ଜରିତ ଚେତନା ବିହୀନ
ମିଛ ମାୟା ଭବ ଭୁଇଁ ,
ଲୁଚି ଲୁଚି ଏଠି କାନ୍ଦିବାଟା ସାର 
ସ୍ମୃତି ଦର୍ପଣକୁ ଚାହିଁ ।
ଦିନେ ଥିଲା ସିଏ ସଭିଙ୍କ ନିମନ୍ତେ
ଭରସାର କେନ୍ଦ୍ରବିନ୍ଦୁ,
କାହାକୁ ବି କେବେ ନିରାଶ କରିନି 
ହୃଦୟ ତା ସପ୍ତସିନ୍ଧୁ ।
ତ୍ୟାଗରେ ନିହିତ ଅପାର ଆନନ୍ଦ
ସେହି ତା ଜୀବନ ଧର୍ମ,
ଅନ୍ୟ ପାଇଁ ପୁଣି ଜଳିଛି ନିରତ 
ତଥାପି ଭୁଲିନି କର୍ମ ।
କେତେ ଯେ ଜୀବନ ତା ବିଶାଳ ବକ୍ଷେ
ବସି ବସି ରାତିଦିନ ,
ଦେଖୁଥିଲେ ନିଜ ଉଜ୍ଜ୍ୱଳ ଭବିଷ୍ୟ 
ଶକ୍ତ କରୁଥିଲେ ମନ ।
ଯେଉଁମାନେ ସବୁ ଆଶରାକୁ ତା’ର
ଚାହିଁ ରହିଥିଲେ ଦିନେ,
ଅସହାୟ ଦେଖି ଛାଡ଼ି ଚାଲିଗଲେ
ବୟସର ଅପରାହ୍ନେ ।
କାହାକୁ କହିବ କିଏ ବା ଶୁଣିବ 
ତା’ ଜୀବନ ଅନୁଭୁତି ,
ନିଜକୁ ନିଜେ ସେ ପଚାରୁଛି ଖାଲି
ଏଇ କି ସଂସାର ପ୍ରୀତି ?

ପ୍ରତାପ କୁମାର ପଣ୍ଡା

ରାଉରକେଲା

Related posts

ରାଜ୍ୟ ବାହାର ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର ସମ୍ପ୍ରସାରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ

Sunil Chandra Nayak

ନିର୍ଦ୍ୱନ୍ଦ ରେ ଡ଼ହଗାଁ ପେକ୍ସ ଉପ ସଭାପତି ନିର୍ବାଚିତ ହେଲେ ରଶ୍ମିରେଖା ରାଉତ

ସଙ୍ଗୀତ ଶାରଦା ଗ୍ରୁପ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭଜନ ‘ତୋ ରଥଯାତ୍ରା’ ର ଶୁଭ ଉନ୍ମୋଚନ

Leave a Comment

error: Content is protected !!