ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦାୟ ଓ ଅବସରକାଳିନ ସମ୍ବର୍ଦ୍ଧନା ସଭା

 ଡାବୁଗାଁ, ୧୩/୭ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଉପଡାକ ଘର ପରିସରରେ ଉପଡାକପାଳ ଦୀପ୍ତିରଞ୍ଜନ ସେଠୀ ଙ୍କ ଅଧ୍ୟକ୍ଷତାରେ ବିଦାୟ ଓ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡ଼ଙ୍ଗରିଗୁଡା ବିପିଏମ ଜଳଧର କଲାର ଓ ଚଚରାଗୁଡା ବିପିଏମ ଦୁର୍ଜନ ଗୌଡ ଜୁନ ମାସରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ଏବଂ ଜୁନାପାଣି ଏବିପିଏମ ଲଲାଟେନ୍ଦୁ ସିଂ ଓ ବୋରିଗାଁ ଏବିପିଏମ ମନୋଜ ସାହୁ ଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି | ଉକ୍ତ ୪ ଜଣ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଅବସରରେ ଡାକ ସହାୟକ ଛତିଶ ଓରାମ, ବିପିଏମ ଜଳନ୍ଧର ମାଝି, ମହେନ୍ଦ୍ର କୁମାର ପଣ୍ଡା, ରଜନୀକାନ୍ତ ପାଢୀ, ତପନ କୁମାର ମୁଣ୍ଡ, ହର୍ଶମଣି ହରିଜନ, ବର୍ଷାରାଣୀ ସୁବୁଦ୍ଧି, ପି. ମୈତ୍ରୀ, ଜିତେନ୍ଦ୍ର କୁମାର ମାଝି, ସ୍ଵାଗତ କୁମାର ସିହ୍ନା, ଲୋକନାଥ ତ୍ରିପାଠୀ, ସୁକାନ୍ତ ଖୁରା, ଫାଲଗୁନୀ ତନ୍ତୀ ଓ ବିଭିନ୍ନ ବ୍ରାଞ୍ଚ ପୋଷ୍ଟ ଅଫିସ ର ସମସ୍ତ ବିପିଏମ ମାନେ ଉପସ୍ଥିତ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ ଙ୍କ ରିପୋର୍ଟ 

Related posts

ଜହ୍ନ ରାତି

Sunil Chandra Nayak

ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସଭାଗୃହରେ ରକ୍ତଦାତା ଦିବସ ପାଳିତ 

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

Sunil Chandra Nayak

Leave a Comment

error: Content is protected !!