ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କରୋନା ଭୟ: କୋଭିଡ୍ ମହାମାରୀର ବିପଦ ଏଯାଏଁ ଟଳି ନାହିଁ, ମାସ୍କ ନିଶ୍ଚୟ ପିନ୍ଧନ୍ତୁ

 କେନ୍ଦ୍ରର ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ରାଜ୍ୟରେ ଏବେ ପୁଣି ବଢ଼ିବାକୁ ଲାଗିଛି କୋଭିଡ୍ ସଂକ୍ରମଣ । ଦୈନିକ ସଂକ୍ରମଣ ୫୦୦ ପରେ ଏବେ ୭୦୦ ଅତିକ୍ରମ କରିଛି । ତେବେ ବଢୁଥିବା ସଂକ୍ରମଣକୁ ନେଇ ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ଏନେଇ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି ।

ଟ୍ବିଟ୍‌ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ‘କୋଭିଡ୍ ମହାମାରୀର ବିପଦ ଏଯାଏଁ ଟଳି ନାହିଁ । ଏହାର ସଂକ୍ରମଣରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ।’

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୬ ଜଣ କ୍ବାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୭ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୫୩୨୮କୁ ବୃଦ୍ଧି ପାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୫୩୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୮୭୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୨୨୭୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୨୭୬୧୨୨୦ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ଫ୍ରି କୋଭିଡ ଡୋଜ ପ୍ରଦାନ କରିବା ଲାଗି ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବାକୁ ଯାଉଛି । ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତି ମାନେ ମାଗଣା ବୁଷ୍ଟର ଡୋଜ ନେଇପାରିବେ । ଏହାଦ୍ୱାରା ଦେଶର ସାଧାରଣ ଲୋକ ଉପକୃତ ହୋଇପାରିବେ । ବାସ୍ତବ ହିତାଧିକାରୀଙ୍କ ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରେ । ତେଣୁ ଯେତେଦୂର ସମ୍ଭବ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସ୍ପେସାଲ ଡ୍ରାଇଭରେ ଯୋଡ଼ିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶରେ ସ୍ୱାଧନତାର ୭୫ ବର୍ଷ ଉତ୍ସବ ପାଳୁଥିବାବେଳେ କେନ୍ଦ୍ର ସରକାର ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଯଦ୍ୱାରା ଅନେକ ଏଭଳି ଅମୃତ କାଳରେ ଦେଶବାସୀଙ୍କୁ ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜୁଲାଇ ୧୫ରୁ ସରକାରୀ ହସ୍ପିଟାଲରେ ମିଳିବ ଟିକା । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଏକ ୭୫ ଦିନିଆ ସ୍ବତନ୍ତ୍ର ପ୍ରୋଗ୍ରାମ ଚଳାଇବେ ସରକାର । ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ କରିବେ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ

Related posts

ଆମ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ରକ୍ତଦାନ କରି ମହାନତାର ପରିଚୟ ଦେଲେ କାର୍ଯ୍ୟରତ ପୋଲିସ କର୍ମଚାରୀ 

Sunil Chandra Nayak

H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

Sunil Chandra Nayak

Leave a Comment

error: Content is protected !!