ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ଦ୍ବାଦଶତମ ସ୍ଥାପନା ଦିବସ ପାଳିତ

ରାଉରକେଲା/ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ଦ୍ବାଦଶତମ ସ୍ଥାପନା ଦିବସ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୨୧ – ୨୨ର ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତି ଙ୍କ ସଭପତିତ୍ବ ଓ ସାଧାରଣ ସଂପାଦିକା ରୋଟାରୀଆନ ପିଉ ଗୁହାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ମନଜିତ୍ ସିଂହ ମୁଖ୍ୟ ଅତିଥି ଓ ଉପ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ପ୍ରତାପ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ। ପ୍ରାରମ୍ଭରେ ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର ରୋଟାରୀ କ୍ଲବର ଅଗ୍ରଗତି ଓ ସମୃଦ୍ଧି ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୨୨-୨୩ ପାଇଁ କ୍ଲବର ନୂତନ ସଭାପତି ଭାବେ ରୋଟାରୀଆନ ଆନବେଲା ଡିସୌଜା ଓ ସଂପାଦିକା ଭାବେ ପିଉ ଗୁହା ପୁନ୍ନ ନିର୍ବାଚିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦାୟୀ ସଭାପତି ଶ୍ରୀମତୀ ମହାନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିବା ରୋଟାରୀଆନମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଉପସ୍ଥିତିରେ ୧୦ଜଣ ନୂତନ ରୋଟାରୀଆନମାନଙ୍କୁ ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା। ପ୍ରାକ୍ତନ ସଭାପତି ଶ୍ରୀମତୀ ମହାନ୍ତି ନୂତନ ସଭାପତି ଶ୍ରୀମତୀ ଡିସୌଜାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ଅନୁଷ୍ଠାନର ପ୍ରଥମ ମହିଳା ରୋଟାରୀଆନ ମୁଲିନ୍ଦର କୌର ନୂଆ ସଭ୍ୟଙ୍କୁ ବ୍ୟାଚ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ଅନନ୍ତ ପଟ୍ଟନାୟକ ଓ ଡଃ କେ କେ ପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ନୂତନ ସଭାପତି ସମସ୍ତଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ରୋଟାରୀ କ୍ଲବ ତରଫରୁ ରୋଟାରୀଆନମାନେ ଯୋଗଦେଇ ଥିବାବେଳେ ଷ୍ଟିଲ ସିଟିର ରୋଟାରୀଆନ ସର୍ବଶ୍ରୀ ଦିଲିପ କୁମାର ଭୁଇ,ସନ୍ଧ୍ୟାରାଣୀ ବରାଳ,ସୁଚିସ୍ମିତା ବିଶ୍ବାସ,ନିରୁପମା ସାହୁ,ବିଭୁ ନାୟକ, ବୀଣାପାଣି ରଥ, କୁମାର ବେହେରା, ଗୌରୀ ନାଗ, ସରିତା ମଲ୍ଲ,ଗୌତମ ମିଶ୍ର,ଲଳିତା ମୁଦୁଲି, ଆଲେକଜାଣ୍ଡାର ଡିସୌଜା ଙ୍କ ସମେତ ବହୁ ରୋଟାରୀଆନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ବିଜୟ କୁମାର ଜେନା ଙ୍କ କବିତା ମୋ ସ୍ଵପ୍ନ ଓ ଜଣାଣ

Sunil Chandra Nayak

ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

Sunil Chandra Nayak

Leave a Comment

error: Content is protected !!