ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଥମ ବର୍ଷା ରେ ମାଟି ଧୋଇ ଖୋଲ କରିଦେଲା ବିଜୁ ଏକ୍ସପ୍ରେସ ୱେ

ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

କୋକସରା,୧୩/୦୭ (ମ ନି ସ) ରାଜ୍ୟ ସରକାର ଙ୍କ ବହୁ ପ୍ରତୀକ୍ଷିତ ଯୋଜନା ମଧ୍ୟରେ ପଶ୍ଚିମାଞ୍ଚଳର ଅନେକ ଜିଲ୍ଲା କୁ ଯୋଡୁଥିବା ବିଜୁ ଏକ୍ସପ୍ରେସ ୱେ ଏକ ବୃହତ ଯୋଜନା। କଳାହାଣ୍ଡି ଜିଲ୍ଲା ର ଶେଷ ସୀମା ଆମପାଣି ଠାରୁ ବିଜୁ ଏକ୍ସପ୍ରେସ ୱେ ଆରମ୍ଭ ହୋଇ ନୂଆପଡା ଜିଲ୍ଲା କୁ ସଂଯୋଗ କରୁଛି। ପୂର୍ତ୍ତ ବିଭାଗ ଦ୍ଵାରା କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ପୂର୍ବରୁ ନିର୍ମାଣ ହୋଇଥିବା ଦୁଇ ଲେନ ବିଶିଷ୍ଟ ରାସ୍ତା କୋକସରା ବ୍ଲକ ଭୁର୍ଷାଗୁଡା ଘଣ୍ଟିଗୁଡା ମଝିରେ ରହିଥିବା ବେହେରା ନଦୀ ପୋଲ କଲଭର୍ଟ ପ୍ରଥମ ବର୍ଷା ର ବନ୍ୟା ପାଣି ରେ ମାଟି ଧୋଇହେବା ଫଳରେ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ ପୂର୍ତ୍ତ ବିଭାଗୀୟ ଅଧିକାରୀ ପହଞ୍ଚି ରାସ୍ତା କୁ ସିଲ କରିବା ସହ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଅଟକଳ ରେ ବିଭାଗୀୟ ଇଂଜିନିୟରଙ୍କ ତତ୍ୱାବଧାନରେ ନିର୍ମାଣ ହୋଇଥିବା ରାସ୍ତା ନିମ୍ନ ମାନର କାମ ଯୋଗୁଁ ବର୍ଷା ପାଣିରେ ଧୋଇ ନେଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଉପସ୍ଥିତ ରହି ମରାମତି କାର୍ଯ୍ୟ କରୁଥିବା ଜଣାପଡିଛି। ଏନେଇ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା କନିଷ୍ଠ ଯନ୍ତ୍ରୀ ନବ ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ବେହେରା ନଦୀରେ ପ୍ରବଳ ମାତ୍ରାରେ ପାଣି ପ୍ରବାହିତ ହେବାରୁ ମାଟି ଧୋଇ ରାସ୍ତା ଗୋଟିଏ କଡ଼ରେ ଗର୍ତ୍ତ ହୋଇଛି । ମରାମତି ଚାଲିଛି ସକାଳ ସୁଦ୍ଧା ଯାତାୟାତ ସ୍ୱାଭାବିକ ହେବ ବୋଳି କହିଛନ୍ତି।

Related posts

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

ବଲଙ୍ଗୀ ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅକାଳରେ ମୃତ୍ୟୁ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ – ମାୟା ଜାଲରୁ ମୁକ୍ତ ହେବାର ସମୟ ଆସିଛି

Sunil Chandra Nayak

Leave a Comment

error: Content is protected !!