ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନ୍ଥର ଗତିରେ ଚାଲିଛି ସୋଲାର ପମ୍ପ ହାଉସ କାମ, ସରପଞ୍ଚଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ଵର,୧୪/୭/୨୨- ମନ୍ଥର ଗତିରେ ଚାଲିଛି ସୋଲାର ପମ୍ପ ହାଉସ, ସରପଞ୍ଚଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ । ଏପରି ଏକ ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତରେ । ପଞ୍ଚାୟତର ସହିଦନଗର ଗ୍ରାମରେ ଗ୍ରାମବାସୀ ମାନଙ୍କୁ ସୋଲାର ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଣି ଯୋଗାଇ ଦେବା ପାଇଁ ଗ୍ରାମ୍ଯ ଜଳ ଯୋଗାଣ ବିଭାଗ ତତ୍ପର ହୋଇ ଉଠିଥିଲା । ଏଥିପାଇଁ ବିଭାଗ ତରଫରୁ ଟେଣ୍ଡର ମଧ୍ୟ ହୋଇଥିଲା, ଠିକାଦାର କାମ ମଧ୍ୟ ଆରମ୍ଭ କରିଥିଲେ । ହେଲେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେବ ଠିକାଦାର ପାଣି ପାଇପ୍ ପକାଇବା ପାଇଁ ଗାତ ଖୋଳି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଇପ୍ ପଡିଲା ନାହିଁ କି ଗାତ ପୋତା ହେଲା ନାହିଁ । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଛି, ଦୈନିକ ଲଘୁଚାପ ଜନିତ ବର୍ଷା ଲାଗିରହି ଥିବାରୁ ରାସ୍ତା କାଦୁଅ ପୂର୍ଣ୍ଣ ହୋଇଯାଇଛି । ଯାହାଦ୍ୱାରା ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଖୋଳା ଯାଇଥିବା ଗାତରେ ମଣିଷ, ଗୋରୁ, ଗାଈ, ଛେଳି ଓ କୁକୁଡ଼ା ପଡି ଖଣ୍ଡିଆ ଖାବରା ହେଉଛନ୍ତି । ରାସ୍ତା ଉପରେ ମାଟି ଜମାହେବା ଦ୍ବାରା ବର୍ଷାରେ ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅମୟ ହୋଇଯାଇଛି । କାଦୁଅରେ ଖସରିପଡି କାହାର କେତେବେଳେ ଜୀବନ ଯିବ କିଏ କହିବ । ତେଣୁ ଏହାର ପ୍ରତିକାର ପାଇଁ ଗ୍ରାମର ୱାର୍ଡ ମେମ୍ବର ଦମୟନ୍ତୀ ବେହେରାଙ୍କ ସମେତ ଆରତୀ ବେହେରା, ମକୁନ୍ଦ ବେହେରା, ଭାଗବତ ବେହେରା, ରମାକାନ୍ତ ବେହେରା, ହାଡିବନ୍ଧୁ ମୁର୍ମୁ, କାଲା ମୁର୍ମୁ, ସୁଦର୍ଶନ ସାହୁ ପ୍ରମୁଖ ଶ୍ଯାମସୁନ୍ଦରପୁର ପଞ୍ଚାୟତକୁ ଆସି ସରପଞ୍ଚ ବନିତା ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଖବରପାଇ ଯୁବ ସମାଜସେବୀ ବିଶ୍ବଭୂଷଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ଅଭିଯୋଗର ସତ୍ୟତା ଥିବା ମନେକରି ଗଣମାଧ୍ୟମଙ୍କ ଦୃଷ୍ଟିକୁ ଆଣିଥିଲେ । ଗଣମାଧ୍ୟମ ବ୍ଲକରେ ଥିବା ବିଭାଗୀୟ ଅଧିକାରୀଙ୍କୁ ଯୋଗଯୋଗ କରିଥିଲେ ହେଲେ ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ମିଳିଲା ଠିକାଦାରଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ତେଣୁ ପ୍ରତିକାର ପାଇଁ ଗ୍ରାମବାସୀ ଗଣମାଧ୍ୟମ ସହାୟତାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯଦି ଏଥିପ୍ରତି କେହି ଦୃଷ୍ଟି ନଦିଅନ୍ତି ଖୋଳା ଯାଇଥିବା ପାଣି ପାଇପ୍ ଗାତକୁ ପୋତିବା ପାଇଁ ବାଧ୍ୟ ହେବେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ ର ଓ୍ଵାର୍ଲଡ ଟିଭି ପ୍ରିମିୟର ଜୁନ୍ ୧୨

Sunil Chandra Nayak

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

Sunil Chandra Nayak

ଖଟୁଶ୍ୟାମ ସମାରୋହ ଉଦଯାପିତ

Leave a Comment

error: Content is protected !!