ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିକୂଳ

       ପ୍ରତିକୂଳ 

            ଶ୍ଯାମା ପ୍ରସାଦ୍ ବୋଷ୍ 

ପ୍ରତିକୂଳ ସ୍ଥିତି ଜୀବନର ଗତି 
ଆୟୁଷ ର ସାଥେ ଚଳି 
ସମୟ ସ୍ରୋତରେ ଧାବମାନ ହୁଏ 
ଜୀବନ ଜୀବିକା କଳି । 
ପ୍ରତିକୂଳ ସ୍ରୋତେ ସରବେ ଚଳନ୍ତି 
ସ୍ରୋତର ନିୟମ ମାନି 
ପ୍ରକୃତି ନିୟମ ହୁଏ ନାହିଁ ବାମ 
ପ୍ରତିକୂଳ ନିଏ ଟାଣି । 
ପ୍ରତିକୂଳେ ବଢି ପରିବେଶ ଗଢି 
ପ୍ରକୃତି କରିଛି ଦାନ 
ଜୀବ ଜଗତ କୁ ଦେଇଛି ସୁରକ୍ଷା 
ବଢାଇ ତାହାର ମାନ । 
ପ୍ରତିକୂଳ ସାଥେ ଏ ଜୀବ ଜୀବନ 
ବୟସ ସୋପାନେ ଯାଇ 
ଶିଶୁ ରୁ କୈଶ୍ବର ଯୁବା ବୃଦ୍ଧାବସ୍ଥା 
ପ୍ରତିକୂଳେ ଥାଏ ପାଇ । 
ଏ ସାରା ସଂସାର ପ୍ରତିକୂଳ ଦେଇ 
ଗତି କରୁଥାଏ ପରା 
ସୃଷ୍ଟିର ନିୟମେ ସବୁ ଧରା ବନ୍ଧା 
ପ୍ରତିକୂଳେ ଦିଏ ଧରା । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

Related posts

ଟ୍ରକ ଧକ୍କାରେ ଶିକ୍ଷୟିତ୍ରୀ ଗୁରୁତର

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ପ୍ରତାପ କିଶୋର ରାଉତ, ପୋଇପାଣି, କେନ୍ଦୁଝର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

କୋଳିଗାଁ ଅମୃତ ଧାରା ପ୍ରକଳ୍ପ ଅଚଳ,ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି,

Leave a Comment

error: Content is protected !!