ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ବିଜେପି ନେତା ଙ୍କ ଅକାଳ ବିୟୋଗ

ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରା ଗ୍ରାମର ବରିଷ୍ଠ ବିଜେପି ନେତା ଗୁଣନିଧି ମଶ୍ରା ଙ୍କ ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସେ ଆଜୀବନ ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି କାର୍ଯକର୍ତ୍ତା ଥିଲେ l ଶୁକ୍ରବାର ପୂର୍ବାହ୍ନ ସକାଳ ଚାରିଟାରୁ ଗାଧେଇ ସାରି ପୂଜାର୍ଚନା ପରେ ହଠାତ ଖଟରେ ବସିଥିବା ବେଳେ ମୃତ୍ୟୁବରଣ କରିଥିଲେ l ସେ ମେଳାପୀ ଓ ଭଦ୍ର ଯୋଗୁଁ ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ବିୟୋଗରେ ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରକାଶ ମାଝୀ,ପୂର୍ବତନ ଏମପି ତଥା ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ, ପୂର୍ବତନ ଏମପି ପର୍ଶୁରାମ ମାଝୀ, ରାୟଗଡା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ରମେଶ ସାହୁ, ରାଜ୍ୟ କଂଗ୍ରେସ ସମ୍ପାଦକ ଖେମରାଜ ବାଘ, ପ୍ରେସ କ୍ଳବ ସଭାପତି ଦିଲୀପ ଦାସ,ମହମ୍ମଦ ହୁସେନ, ମକୁନ୍ଦ ଵେଶ୍ରା, ଶ୍ୟାମସୁନ୍ଦର ସୁନା,ବିଜେଡି ଯୁବ ନେତା ତ୍ରିନାଥ ଦାଶ, ମହମ୍ମଦ ଇକବାଲ, ପ୍ରତାପ ବାଘ, ଡମ୍ବରୁ ମାଝୀ, ପୁରୁଷୋତ୍ତମ ପାରି, ତ୍ରିଜନ ନାୟକ, ମଧୁସୂଦନ ନାୟକ, ଗୌରହରୀ ନାୟକ, ପ୍ରଦୀପ ପାଢ଼ୀ, ଦୁତିବାହନ ଖମାରି, କିଶୋର ଖମାରି, ମହମ୍ମଦ ଇନୁସ, ସରପଞ୍ଚ ଜଳନ୍ଧର ମାଝୀ, ପୌରଷ ମାଝୀ, ତଥା ଚନ୍ଦାହାଣ୍ଡି ବ୍ୟବସାୟୀ ସଙ୍ଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି l ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଶୋକ ପ୍ରକାଶ କରିଛନ୍ତି

ଚନ୍ଦାହାଣ୍ଡି  ଦିଲୀପ ଦାସ ଙ୍କ ରିପୋର୍ଟ

 

Related posts

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

ଦିବଂଗତ ଏସପିଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଓଡ଼ିଶାର ୨୭୯୨ ଗୋଟି ଗ୍ରାମରେ ୪ଜି ମୋବାଇଲ୍ ସେବା ପହଞ୍ଚି ନାହିଁ…କେନ୍ଦ୍ର ସରକାର ଜାରି କଲେ ତାଲିକା

Sunil Chandra Nayak

Leave a Comment

error: Content is protected !!