ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ କଙ୍ଗନା ରାନାତ୍ତ୍ୱତ୍..!!

ଫିଲ୍ମ ଏମରଜେନ୍ସି ର ଆସିଲା ଫାଷ୍ଟ ଲୁକ୍….

କଙ୍ଗନା ରାନାତ୍ତ୍ୱତ୍ ଏବେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ଙ୍କ ଫିଲ୍ମ ଗୁଡିକ ପ୍ରାୟତଃ ମହିଳାକେନ୍ଦ୍ରିକ ହୋଇଥାଏ। ନିଜର ଅଭିନୟ ଚାତୁରୀ ବଳରେ ସେ ଫିଲ୍ମ ଗୁଡିକ ହିଟ କରିବାକୁ ଚାହାନ୍ତି ଓ ସେଥିରେ ସେ ସଫଳ ମଧ୍ୟ ହୋଇଛନ୍ତି। କଙ୍ଗନା ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଇମରଜେନ୍ସି’ କୁ ତାଙ୍କର ପ୍ରଶଂସକ ଅପେକ୍ଷା କରି ରହିଛନ୍ତି।ଏହି ଫିଲ୍ମରେ କଙ୍ଗନା ରାନାତ୍ତ୍ୱତ୍ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ ଅବତୀର୍ଣ୍ଣ ହୋଇଛନ୍ତି।ନିକଟରେ କଙ୍ଗନା ରାନାତ୍ତ୍ୱତ୍ ସୋସିଆଲ ମିଡିଆରେ ‘ଇମେରଜେନ୍ସି’ ର ଫାଷ୍ଟ ଲୁକ ଜାରି କରିଥିଲେ।ତାଙ୍କର ଏହି ଲୁକ ଦର୍ଶକ ଙ୍କୁ ବହୁତ ପସନ୍ଦ ଆସିଛି। ସେ ଅବିକଳ ଇନ୍ଦିରା ଗାନ୍ଧୀଙ୍କ ଭଳି ଦେଖାଯାଉଛନ୍ତି ବୋଲି ଅନେକ ପ୍ରତିକ୍ରିୟା ଦେଇଛନ୍ତି। କଙ୍ଗନା ରାନାତ୍ତ୍ୱତଙ୍କୁ ଇନ୍ଦିରା ଙ୍କ ରୂପ ଦେବା ପାଇଁ ଓସ୍କାର ପୁରସ୍କାର ବିଜେତା ମେକଅପ ଆର୍ଟିଷ୍ଟ ଡେଭିଡ଼ ମାଳିବୋବକ୍ସି ଙ୍କ ସହାୟତା ନିଆଯାଇଛି।ଫିଲ୍ମର ପ୍ରଯୋଜନା ନିଜେ କଙ୍ଗନା ରାନାତ୍ତ୍ୱତ କରୁଥିବା ବେଳେ ଏଥିରେ ଭୂମିକା ଚାଓଲା,ଅନୁପମ ଖେର, ଶ୍ରେୟସ ତଲପଡ଼େ ପ୍ରମୁଖ ଅଭିନୟ କରୁଛନ୍ତି।ତେବେ ନିଜ ବୟାନ କୁ ନେଇ କଙ୍ଗନା  ସର୍ବଦା ଜାତୀୟ ସ୍ତରରେ ବିବାଦରେ ରହୁଥିବା ବେଳେ ଏହି ଫିଲ୍ମ ଯେ କେତେ ଦୂର ବିବାଦ ଘେର କୁ ଟାଣି ହୋଇଯିବ ତାହା ଦେଖିବାକୁ ବାକି ରହିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଗଉରୀ ନନ୍ଦନ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

ସରୋଜିନୀ ପତି ଙ୍କ କବିତା ଶ୍ରାବଣ

Sunil Chandra Nayak

Leave a Comment

error: Content is protected !!