ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ କାହାର?

ତେନ୍ତୁଳିଖୁଣ୍ଟି -15/07/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ କର୍ମଚାରୀ ତଥା ଆଖ ପାଖ ଅଞ୍ଚଳ ର ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରକଳ୍ପ ତରଫରୁ ଜଳସମ୍ପଦ ବିଭାଗ ଦ୍ଵାରା 32 ଶଯ୍ୟା ବିଶିଷ୍ଟ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ଓ କୋରାପୁଟ ର ମୁରାନ ଠାରେ ଏକ ଡିସପେନ୍ସେରୀ ଖୋଲାଯାଇଥିଲା। 2006 ପର୍ଯ୍ୟନ୍ତ ଠିକ ଠାକ ଚାଲିଥିଲା। ସ୍ୱାସ୍ଥ୍ୟ ବିଭାଗ ଏମ ବି ବି ଏସ ଡାକ୍ତର ପ୍ରକଳ୍ପ ଡାକ୍ତରଖାନାକୁ ଦେଉଥିଲା। ପ୍ରକଳ୍ପ ମଧ୍ୟ ଡାକ୍ତରଖାନା ପରିଚାଳନା ପାଇଁ ଆବଶ୍ୟକ ଆର୍ଥିକ ଖର୍ଚ୍ଚ କରି ଆସୁଥିଲା। କିନ୍ତୁ ଧୀରେ ଧୀରେ ପ୍ରକଳ୍ପ ଆର୍ଥିକ ଅନୁଦାନ କମାଇବାରେ ଲାଗିଲା। କେ ବି କେ ରେ ଡାକ୍ତର ପୋଷ୍ଟିଂଗ ହେଲେ ଡାକ୍ତର ଙ୍କୁ ଦିଆଯାଉଥିବା ପ୍ୟାକେଜ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ନ ଦେବାରୁ ଏହି ଡାକ୍ତରଖାନା କୁ ଆଉ ଡାକ୍ତର ଆସିଲେନିି। ଓଡିଶା ଜଳବିଦ୍ୟୁତ ନିଗମ ଚୁକ୍ତି ଭିତ୍ତିକ ଅବସରପ୍ରାପ୍ତ ଡାକ୍ତର ପୋଷ୍ଟିଂଗ କଲା। ସେଥିରେ ମଧ୍ୟ ଆନ୍ତରିକତା ଅଭାବ ଯୋଗୁଁ ଗତ ଦଶ ବର୍ଷ ହେବ ଦୁଇଟି ଚୁକ୍ତି ଭିତ୍ତିକ ଡାକ୍ତରଙ୍କ ସ୍ଥାନରେ ମାତ୍ର ଜଣେ ହିଁ ପୋଷ୍ଟିଂଗ ହୋଇଛନ୍ତି ଅନ୍ୟ ପୋଷ୍ଟ ଟିରେ କେହି ଆବେଦନ ହିଁ କରୁନାହାଁନ୍ତି। ସେଇ ଜଣେ ଡାକ୍ତର ଙ୍କ ମଧ୍ୟ ବାର୍ଷିକ ଚୁକ୍ତି ଅକ୍ଟୋବର ରେ ଶେଷ ହେଉଛି । ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ତିନି ଶିକ୍ଷକ ଙ୍କ ଭଳି ଏକମାତ୍ର ଡାକ୍ତର ଙ୍କ ଚୁକ୍ତି ନବୀକରଣ କରା ନଗଲେ ଡାକ୍ତର ଖାନା ଏକପ୍ରକାର ଡକ୍ଟରଶୁନ୍ୟ ହୋଇଯିବ।କାରଣ ସ୍ୱାସ୍ଥ୍ୟ ବିଭାଗ ରୁ ଡେପୁଟେସନ ରେ ଆସିଥିବା ଡାକ୍ତର ସୁନୀଲ ବାଗ ମାସରେ ପନ୍ଦର ଦିନ ହିଁ ଡ଼ାକ୍ତରଖାନା ରେ ଉପଲବ୍ଧ ହୁଅନ୍ତି।ସେଇ ଭଳି ଡାକ୍ତରଖାନା ରେ ଆବଶ୍ୟକ କର୍ମଚାରୀ ଓ ଔଷଧ ରଖାଯାଉନଥିବା ଯୋଗୁଁ ଧୀରେ ଧୀରେ ଡାକ୍ତର ଖାନା ପ୍ରତି ଜନସାଧାରଣ ଭରସା ତୁଟିବାକୁ ଲାଗିଲାଣି। ବର୍ତ୍ତମାନ ପ୍ରକଳ୍ପ ଡାକ୍ତରଖାନାରେ ଦୁଇଜଣ ଡାକ୍ତର ଜଣେ ଫାର୍ମାସିଷ୍ଟ ,ଜଣେ ଏକ୍ସ ରେ ଟେକ୍ନିସିଆନ,ଦୁଇ ଜଣ ଜି ଏନ ଏମ ଦୁଇ ଜଣ ଝାଡୁଦାର। ଅଟେଣ୍ଡାଣ୍ଟ ,ଓ ଲାବୋରାଟୋରି ଟେକ୍ନିସିଆନ,ଏ ଏନ ଏମ ,ଧାଈ, ଆଦି ଚାରିରୁ ପାଞ୍ଚ ପଦବୀ ଅବସର ପରେ ଖାଲି ଅଛି। ଆଉ ନିଯୁକ୍ତି ନାହିଁ।। ଗତ କୋବିଡ଼ ବେଳେ ପ୍ରକଳ୍ପ ର ଦୁଇ ଜଣ ଫାର୍ମାସିଷ୍ଟ,ତିନି ଜଣ ଷ୍ଟାଫ ନର୍ସ ଙ୍କୁ ସ୍ୱାସ୍ଥ୍ୟ ବିଭାଗ କୁ ଡେପୁ ଟେସନ କରା ଗଲା ,ଦିଆଗଲା ଜଣେ ଫାର୍ମାସିଷ୍ଟ,, ଦୁଇଜଣ ଠିକା ଭିତ୍ତିକ ନିଯୁକ୍ତ ଜି ଏନ ଏମ। ଏହା ବିଡମ୍ବନା ନୁହେଁ ତ ଆଉ କଣ ? ଦୁଇ ବର୍ଷ ବିତିଗଲାଣି ଆଜି ବି ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତର ଖାନାରୁ ଡେପୁଟେସ ନ ରେ ଯାଇଥିବା କର୍ମଚାରୀଙ୍କ ଦରମା ଇନ୍ଦ୍ରାବତୀ ପ୍ରକଳ୍ପ ଦେଉଛି।ସେମାନଙ୍କୁ ଏ ଯାବତ ସ୍ୱାସ୍ଥ୍ୟ ବିଭାଗ କୁ ସମ୍ପୂର୍ଣ୍ଣ ନିଆଯାଇନି। ଅଥଚ ସେମାନଙ୍କ ଦରମା ବାବଦ ରେ ପ୍ରକଳ୍ପ ଦେଉଥିବା ଅର୍ଥରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା କର୍ମଚାରୀ ଙ୍କ ଦରମା ଦେଇ ପ୍ରକଳ୍ପ ଡାକ୍ତରଖାନା ର ଖାଲି ପଦବୀ ରେ ଠିକା ଭିତିକ ନିଯୁକ୍ତି ଦେଇ ଆହୁରି ଅର୍ଥ ବଞ୍ଚିବ।। ପ୍ରକଳ୍ପ ଡ଼ାକ୍ତରଖାନା ବର୍ତ୍ତମାନ ପରିଚାଳନା କରିବ କିଏ? ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ର ସିଭିଲ ଉଇଙ୍ଗ ଜଳସମ୍ପଦ ବିଭାଗ ପରିଚାଳନା କରିବା ନିଷ୍ପତ୍ତି ଓ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପରିଚାଳନା କରିବା ନିଷ୍ପତ୍ତି ପରେ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ସମ୍ପର୍କରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନ ନେବା ଚିନ୍ତା ଜନକ। ପ୍ରକଳ୍ପ କର୍ତ୍ତୃପକ୍ଷ ଖାଲି ପଦବୀ ପୂରଣ କରିବେନି କି ଆବଶ୍ୟକ ସରଞ୍ଜାମ ଯୋଗାଇବେନି ସ୍ୱାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର ପାଇଁ ଆମେ ଲେଖିଛୁ ବୋଲି କହୁଥିବା ବେଳେ ଏହି ଭୌଗଳିକ ଦୃଷ୍ଟିରୁ ଡାକ୍ତରଖାନା ଉପରେ ନିର୍ଭରଶୀଳ ଜନତା ଙ୍କ ପାଇଁ ବିକଳ୍ପ କଣ? ଗୌଡ଼ଦେଓପାଳି,ପରଜା ବାରଙ୍ଗ ପଦର ,ମଞ୍ଚ।ଗାଁ,ଲମତଗୁଡା ଗ୍ରାମପଞ୍ଚାୟତ ବାସୀ କଣ ସର୍ଵନିମ୍ନ ସ୍ୱାସ୍ଥ୍ୟସେବା ପାଇଁ ଦସ ରୁ 22କିମି ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଯିବାକୁ ବାଧ୍ୟ। ସରକାର କଣ ଭିତ୍ତିଭୁମି ଥିବା ସରକାର ଙ୍କ ଗୋଟିଏ ବିଭାଗ ଦ୍ଵାରା ନିର୍ମିତ 32 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କୁ ହାତକୁ ନେଇ ଜନସାଧାରଣ ଙ୍କୁ ବିଶେଷ ଭାବେ ଗର୍ଭବତୀ ମହିଳା, ଜ୍ୱର କାଶ ,ଝାଡା ଆଦି ପଞ୍ଚ ବ୍ୟାଧି ଚିକିତ୍ସା ପାଇଁ ତେନ୍ତୁଳିଖୁଣ୍ଟି ଯିବେ? ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରକଳ୍ପ କର୍ତ୍ତୃପକ୍ଷ ଅକ୍ଷମ? ନଦୀର ଧର୍ମ ନିମ୍ନଗାମୀ କିନ୍ତୁ ଇନ୍ଦ୍ରାବତୀ ନଦୀର ଜଳ ଉପରମୁଣ୍ଡ କୁ ଶସ୍ୟ ଶ୍ୟାମଳ କରିବା ପରେ ତଳମୁଣ୍ଡ କୁ ସୁଖାଞ୍ଚଳ କରିବା ପରେ ମଧ୍ୟ ଏହି ଅଞ୍ଚଳକୁ ଶିକ୍ଷା ସ୍ୱାସ୍ଥ୍ୟ ଭଳି ସର୍ଵନିମ୍ନ ସେବା ମଧ୍ୟ ସରକାର ଯୋଗାଇବାକୁ ଅକ୍ଷମ! ଏହି ଡ଼ାକ୍ତରଖାନା ର ଦାୟିତ୍ୱ କାହାର ଏ ନେଇ ବିଧାୟକ ବିଧାନସଭା ରେ ସରକାରଙ୍କୁ ପଚାରି ସ୍ଥିତି ସ୍ପଷ୍ଟ କରିବାକୁ ଦାବୀ ହେଉଛି।

 ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ

Related posts

ମଧ୍ୟପ୍ରଦେଶ ସରକାର ପ୍ରତିନିଧି ଦଳ ଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା

Sunil Chandra Nayak

ନୂଆପଡା ଜିଲ୍ଲା ରେ ଛଟେଇ ହୋଇଥିବା 135 ଜଣ ଏଆଇଇ ସ୍ବେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କଥା ବିଧାନ ସଭା ରେ ଉଠାଇଲେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାରା ବାହିନୀ ପତି

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort