ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣି ତଳେ ଟନେଲ : ଚାଲିବ ମେଟ୍ରୋ ଟ୍ରେନ; ଖର୍ଚ୍ଚ ହୋଇଛି ପ୍ରାୟ ୫ ହଜାର କୋଟି

ଏହି ଟନେଲ-୨୦୨୩ରେ କାର୍ଯ୍ୟକ୍ଷମ ହେବ

ପାଣି ତଳେ ଟନେଲ । ଚାଲିବ ମେଟ୍ରୋ ଟ୍ରେନ । ଭାରତରେ ଏଭଳି ସ୍ୱପ୍ନ ସାକାର ହେବାକୁ ଯାଉଛି । ହାୱଡାରୁ କୋଲକାତା ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଇବା ପାଇଁ ହୁଗୁଳି ନଦୀରେ କରାଯାଉଛି ସୁଡଙ୍ଗ ନିର୍ମାଣ । ଦେଶରେ ନଦୀ ଭିତରେ ଏଭଳି ଯୋଜନା ପ୍ରଥମ ବୋଲି କୁହାଯାଉଛି । କୋଲକାତା ମେଟ୍ରୋ ପ୍ରୋଜେକ୍ଟର ଦ୍ୱିତୀୟ ପର୍ପ୍ୟାୟ ଅନ୍ତର୍ଗତ ଏହି ସୁଡଙ୍ଗର ନିର୍ମାଣ ଜାପାନ ସହାୟତାରେ ଭାରତୀୟ ରେଳବାଇ ନିର୍ମାଣ କରୁଛନ୍ତି । ୨୦୨୩ର ଏହି ସୁଡଙ୍ଗର ନିର୍ମାଣ କାମ ସରିବ ।

ଯାତ୍ରୀମାନେ ଏହାଦ୍ୱାରା ନୂଆ ଯାତ୍ରାର ଅନୁଭବ ପାଇବେ । ଏକ ମିନିଟରୁ କମ ସମୟ ମଧ୍ୟରେ ଲୋକେ ଅଧ କିଲୋମିଟର ପାଣି ଭିତରେ ଯିବେ । ନଦୀ ଭିତରେ ସୁଡଙ୍ଗ ବନାଯିବା କାମ ପ୍ରଥମ ବୋଲି କୁହାଯାଉଛି । ୧୨୦ ବର୍ଷ ପାଇଁ ଏଭଳି ଦୁଇଟି ସୁଡଙ୍ଗ ନଦୀ ଭିତରେ ତିଆରି କରାଯାଇଛି । ପାଣିର ଗୋଟିଏ ବି ବୁନ୍ଦା ସୁଡଙ୍ଗ ଭିତରେ ପ୍ରବେଶ କରିପାରିବ ନାହିଁ । ଦୁଇଟି ସୁଡଙ୍ଗର ଲମ୍ବ ହେଉଛି ୫୨୦ ମିଟର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଟନେଲର ଉଭୟ ପଟେ ଯାତ୍ରୀଙ୍କ ଜରୁରୀକାଳୀନ ପ୍ରସ୍ଥାନ ପାଇଁ ବ୍ୟବସ୍ଥା ରହିବ । ଭେଂଟିଲେସନ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ବି କରାଯିବ ।

କୋଲାକାତାରେ ପାଣିତଳେ ଚାଲିବ ମେଟ୍ରୋ ନିର୍ମାଣ,ଦେଶରେ ନଦୀ ଭିତରେ ଏଭଳି ଯୋଜନା ପ୍ରଥମ, ହୁଗୁଳି ନଦୀରେ ତିଆରି ହେଉଛି ଏହି ଟନେଲ,ହାୱଡାରୁ କୋଲାକାତା ମଧ୍ୟରେ ଚାଲିବ ମେଟ୍ରୋ,କୋଲକାତା ମେଟ୍ରୋ ପ୍ରୋଜେକ୍ଟର ଲମ୍ବା ୧୬. ୬ କିଲୋମିଟର,ସଲ୍ଟଲେକ ଷ୍ଟାଡିୟମରୁ ହାୱାଡା ଯାଏଁ ଲମ୍ବିଛି ପ୍ରୋଜେକ୍ଟ,ନଦୀ ଭିତରେ ଦୁଇଟି ସୁଡଙ୍ଗର ଲମ୍ବା ୫୨୦ ମିଟର,ଯାତ୍ରୀମାନେ ପାଇବେ ନୂଆ ଯାତ୍ରାର ଅନୁଭବ,ଯାତ୍ରୀମାନେ ପ୍ରାୟ ଅଧାକିଲୋମିଟର ପାଣି ଭିତରେ ଯିବେ,୧୨୦ ବର୍ଷ ପାଇଁ ଏଭଳି ଦୁଇଟି ସୁଡଙ୍ଗ ନଦୀ ଭିତରେ ତିଆରି ନିର୍ମାଣ କରାଯାଇଛି,ପାଣିର ଗୋଟିଏ ବି ବୁନ୍ଦା ଟନେଲ ଭିତରେ ପଶିପାରିବ ନାହିଁ,ଟନେଲ, ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫ ହଜାର କୋଟି,ନଦୀର ୩୦ ମିଟର ତଳେ ନିର୍ମାଣ ହେଉଛି ଏହି ଟନେଲ-୨୦୨୩ରେ କାର୍ଯ୍ୟକ୍ଷମ ହେବ ଟନେଲ,୮୦ କିଲୋମଟିର ପ୍ରତି ଘଣ୍ଟାରେ ଚାଲିବ ମେଟ୍ରୋ,ପ୍ରତ୍ୟେକ ଦିନ ୯ ଲକ୍ଷ ଲୋକ ଯାତ୍ରା କରିପାରିବେ,ଋଷ ଓ ଥାଇଲାଣ୍ଡ ବିଶେଜ୍ଞଙ୍କ ସହାୟତା ନିଆଯାଇଛି,ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଟନେଲ,ପାଣି ସୁଡଙ୍ଗ ଭିତରେ ପ୍ରବେଶ ନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଇଛି,୩ ସ୍ତରର ସୁରକ୍ଷା କବଚ ତିଆରି କରାଯାଇଛି ।ଏଥିରେ ଯାତ୍ରୀଙ୍କ ପାଇଁ ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥା ରହିଛି ଏବଂ ଭେଂଟିଲେସନ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ବି କରାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁକ୍‌ଲା ବାଲ୍‌

Sunil Chandra Nayak

ଚୋରି ଅଭିଯୋଗରେ ୪ ଗିରଫ

Sunil Chandra Nayak

କଲଚରାଲ ଏକାଡେମୀର ୩୧ତମ ପତ୍ର ପତ୍ରିକା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!