ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ପ୍ରକୃତି

          ପ୍ରକୃତି

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ସୁସ୍ଥ ଓ ସୁନ୍ଦର ପ୍ରକୃତି ଦେଖିଲେ
ମନରେ ଭରେ ଆନନ୍ଦ,
ଇଚ୍ଛା ହୁଏ ସେଠି ଘର କରନ୍ତିକି
ଭୁଲି ସବୁ ନିରାନନ୍ଦ
ପ୍ରକୃତିର ଯତ୍ନ ନେଲେ,
ଦୂରେଇବ ସବୁ ବିପଦ ଆଶଙ୍କା
ଧରା ଝଲସିବ ଭଲେ….(୧)
ପ୍ରକୃତିରେ ସହିତ ପ୍ରକୃତି ମିଶାଇ
ପ୍ରକୃତିରେ ଘର କରି
ନର ପଶୁ ପକ୍ଷୀ କୀଟ ତରୁ ଲତା
ଆନନ୍ଦେ ଯାଆନ୍ତି ପୂରି
ପ୍ରକୃତି ଆମରି ମାଆ,
ଯେତେ ଯତନରେ ରଖିବା ତାହାକୁ
ହେଉଥିବ ସିଏ ସାହା …..(୨)
ଚିର ସବୁଜିମା ହୋଇଲେ ପ୍ରକୃତି
ବିପଦ ରହିବ ଦୂରେ
ରୋଗ ଶୋକ ଭୟ ଆଉ ନ ସାଧିବ
ଅମୃତମୟ ମହୀରେ
ପ୍ରକୃତିର ହେ ସୁରକ୍ଷା,
ଯେବେ ଟି କରିବା ଆନନ୍ଦ ଉଲ୍ଲାସେ
ପ୍ରକୃତି କରିବ ରକ୍ଷା…(୩)

ଫୁଲବାଣୀ, କନ୍ଧମାଳ

Related posts

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ଵଭାବ ଓ ବଚନ

Sunil Chandra Nayak

Leave a Comment

error: Content is protected !!