ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଭୁଲା ମନ ଭୁଲ ଆଉ କାହା ପାଇଁ
    ଆମତ ବନ୍ଧୁ ଭକତ
ସେବାରେ ଦେଉଛି ଦିନରାତି ବ୍ୟସ୍ତ
   କେବଳ ତୋ ପ୍ରାଣେ ରତ।
ଦେଖୁଛି ତୋ ରୂପ ଛାଡୁଛି ମୋ ପାପ
     ଶରଳ କର ଜଗତ
ଜଟିଳ ଦେ ନାହିଁ ଭେଗିଲୁ ଦୁଃଖ କୁ
    ନିର୍ମଳ ରଖ ଜଗତ।
ହାତ ଯୋଡ଼ି ଧରି ମାରୁଛି ମୁଣ୍ଡିଆ
    ଶାନ୍ତି ଟିକେ ଦେ ମୋ ପାଇଁ
ବର୍ଷାରେ ଭିଜୁଛି ଥଣ୍ଡା ଶର୍ଦ୍ଦୀ ଲାଗେ
     ଦେହ ଭଲରେ ଗୋସାଇଁ।
କର୍ତ୍ତବ୍ୟ ନାହିଁ ଯେ ଅବହେଳା ପ୍ରଭୁ
       ସବୁ କାମ କରୁ ଠିକ୍
କେଉଁଠି ଦୁର୍ବଳ ରହିଗଲା ମୋର
      ଜନ ପାଶେ ହେଲି ଧିକ୍।
ଏତିକି ମିନତି ମାଗୁଛି ଠାକୁର
    ବଞ୍ଚିଥିବା ଯେତେ ଦିନ
କର୍ମ ଧର୍ମ କରି ଜୀବନ ବିତାଇ
    ଖୁସିରେ କାଟିବା ଦିନ।
ଗୋଜାବନ୍ଧ ମହାକାଳପଡ଼ା
   କେନ୍ଦ୍ରାପଡ଼ା

Related posts

ଜାନକୀ ମହାନ୍ତ ଙ୍କ କବିତା କ୍ରାନ୍ତିର କଲମ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା – ଲେଖକ ର ଧର୍ମ

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!