ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ପ ଘାତରେ କ୍ଷେତ୍ର ବାଗଙ୍କ ମୃତ

ଗୋଳାମୁଣ୍ଡା ତା ୧୬/୭/ମସିହା ନିଉଜ୍/   କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁର କ୍ଷେତ୍ର ବାଗ(୨୮) ସର୍ପ ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ତା୧୩/୭/ବୁଧବାର ଦିନ ରାତିରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ମୃତକ ଜଣକ ଦୀର୍ଘ ଛଅ ବର୍ଷଧରି ବଙ୍ଗୋମୁଣ୍ଡା ବାବାମଠରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ବାବା ମଠରେ ହିଁ ରାତ୍ରି ଯାପନ କରୁଥିଲେ ହେଲେ ଗତ ବୁଧବାର ତାଙ୍କ ପାଇଁ ସାଜିଥିଲା କାଲରାତ୍ରୀ । ରାତ୍ରିରେ ଶୋଇଥିବା ସମୟରେ ବାମ ହାତର ଆଙ୍ଗୁଠିରେ ସର୍ପଘାତ କରିଥିବାରୁ ତାଙ୍କୁ ନିକଟସ୍ଥ ବଙ୍ଗୋମୁଣ୍ଡା ଡାକ୍ତରଖାନାକୁ ନେଇ ଥିଲେ, ସେହିଠି ଭଲ ନ ହେବାରୁ ଗୁରୁବାର ଦିନ ବଲାଙ୍ଗୀର ଡାକ୍ତର ଖାନାକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ବଙ୍ଗୋମୁଣ୍ଡା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ବଙ୍ଗୋମୁଣ୍ଡା ପୋଲିସ ଅପମୃତୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଥିଲେ । ନିଜ ପରିବାର ଲୋକେ ଶବକୁ ନିଜଗାଁକୁ ଆଣି ଶବଦାହ କରିଥିବା ପରିବାର ପକ୍ଷରୁ ପ୍ରକାଶ ପାଇଛି । ସେ ପରିବାରର ବଡପୁଅ ହୋଇଥିବାରୁ ନିଜ ବାପା ମାଆଙ୍କୁ ପ୍ରତିପୋଷଣ କରୁଥିଲେ । ଏମିତି ଏକ ରୋଜଗାରିଆ ପୁଅ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆକସ୍ମିତ ଦୁର୍ଘଟଣାକୁ ନେଇ ସରକାରୀ ସ୍ତରରେ ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ କେଗାଁ ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମଣ ସାହୁ,ବାସୁଦେବ ବାଗ ସହ ଗ୍ରାମବାସୀ ପକ୍ଷରୁ ଦାବିହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ରିପୋର୍ଟ,ମସିହା

Related posts

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟାର ଭେଟି, ମିଳିବ ଦୁଇ ହଜାର ଟଙ୍କା,ଏନେଇ ଘୋଷଣା କଲେ ରାଜ୍ୟ ସରକାର

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

କସ୍ତୁରୀବା ବାଳାଶ୍ରମ ରେ ଆଜାଦିକା ଅମୃତ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!