ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୁରୁ ଦକ୍ଷିଣା

ନର୍ଲା (ମନିସ) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରୁପ୍ରାରୋଡ ଶାଖା ପକ୍ଷରୁ ସରସ୍ଵତୀ ଶିଶୁ ମନ୍ଦିର, ରୁପ୍ରାରୋଡ ପରିସରରେ ସଂଘର ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଖଣ୍ଡ କାର୍ଯ୍ୟବାହ ତଥା ସରସ୍ୱତୀ ଶିଶୁ ମନ୍ଦିର, ନର୍ଲାର ପ୍ରଧାନାଚାର୍ଯ୍ୟ ବୁଦ୍ଧଦେବ ନାଏକ ଉପସ୍ଥିତ ରହି ଗୁରୁ ଦକ୍ଷିଣାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପ୍ରଥମେ ଗୁରୁର ପ୍ରତୀକ ଗୈରିକ ଧ୍ୱଜ ସ୍ଵୟଂ ସେବକ ଜୟଶଙ୍କର ରାଉତ ସ୍ଥାପନ କରିଥିଲେ। ଏହା ପରେ ଉପସ୍ଥିତ ସ୍ବୟଂ ସେବକଗଣ ଧ୍ୱଜ ପ୍ରଣାମ ସହ ଗୁରୁ ପୂଜନ ପରମ୍ପରା ଅନୁଯାୟୀ ତନ,ମନ, ଧନ ଅର୍ପଣ ପୂର୍ବକ ଦକ୍ଷିଣା ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵୟଂ ସେବକ ଡୋଳାମଣି ସାହୁ, ମୋହନ ପୁଟେଲ, ଅଶୋକ ଅଗ୍ରୱାଲ, ଅନୀଲ ଅଗ୍ରୱାଲ, ହେମନ୍ତ କୁମାର ଭୋଇ, ରମେଶ ତ୍ରିପାଠୀ ସହ ଆଚାର୍ଯ୍ୟ ସମୂହ ଓ ବାଳ ସ୍ବୟଂ ସେବକଗଣ ଯୋଗଦାନ କରିଥିଲେ। ପବିତ୍ର ମୋହନ ଛୁରିଆ ଅତିଥି ପରିଚୟ ରଖିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଆରଆଇଟିରେ ବିଶ୍ବ ଏଡ୍ସ ଦିବସ ପାଳିତ

Sunil Chandra Nayak

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

Sunil Chandra Nayak

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପ୍ରତାରଣା :  ଧୋକା ଦେଇ ଜେଲ୍ ଗଲେ ଯୁବକ

Leave a Comment

error: Content is protected !!