ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁକୁ ମଦ ମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଟି

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିସର ଗାଁ ରେ ମଦ ମୁକ୍ତ କରିବା ପାଇଁ ମହିଳା ଗୋଷ୍ଟି ଅଣ୍ଟା ଭିଡିଥିବାର ଦେଖିବାକୁ ମିଳିଛି । ଗାଁରେ ଚାଲିଥିବା ବେଆଇନ ମଦ କୋଠି ବନ୍ଦ କରିବା ପାଇଁ ସେମାନେ ଜିଲ୍ଲାପାଳ ଙ୍କ ଠାରେ ଫେରାଦ ହୋଇଛନ୍ତି ।ଏ ନେଇ ମହିଳା ଗୋଷ୍ଟି ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।ଏହା ପରେ ମହିଳା ଗୋଷ୍ଟି ଜିଲ୍ଲାପାଳଙ୍କ ଠାରୁ ଲିଖିତ ଅଭିଯୋଗ ପତ୍ର ଆଣି ଜୁନାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ଗାଁର ସ୍କୁଲ ନିକଟରେ ବେଆଇନ ମଦ କୋଠି ଯୋଗୁ ସେଠାକାର ପରିବେଶ ବହୁତ ଖର।ଫ ହେବାରେ ଲାଗିଛି ।ଏପରିକି ମଦ୍ୟପଙ୍କ ଯୋଗୁଁ ସଦା ସର୍ବଦା ଗାଁ ରେ ବିଶୃଖଳା ସୃଷ୍ଟି ହେବା ସହ ଅଶାନ୍ତିର ବାତାବରଣ ଲାଗିରହିଛି । ତେଣୁ ଗାଁ ରେ ଭାଇଚାରା ପାଇଁ ମଦ କୋଠି ଗୁଡିକୁ ବନ୍ଦ କରିବା ପାଇଁ ମହିଳା ଗୋଷ୍ଟି ନିଷ୍ପତ୍ତି ନେଇଛନ୍ତି ।ଏଥିରେ ଚିଙ୍ଗୁଡିସର ସମିତି ସଭ୍ୟ। କାଞ୍ଚନ ବାଗ ଙ୍କ ନେତୃତ୍ୱରେ ଅନୁଷ୍ଠିତ ମଦ ବିରୋଧୀ ଅଭିଯାନରେ ସ୍ଥାନୀୟ ୱାର୍ଡ ମେମ୍ବର ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ସାମିଲ ହୋଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିଲ୍ଲା ପ୍ରାଥମିକ ସିଟି ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

Sunil Chandra Nayak

କର୍ଲାମୁଣ୍ଡାରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ

Sunil Chandra Nayak

ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ସହିଦ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!