ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଣ୍ଡୁରୀ ତେଲ ନଦୀ ପଥର ଚଟାଣରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଗୋଳାମୁଣ୍ଡା ତା ୧୬/୭ / ପ୍ରଗତିଶୀଳ ମସିହା/କାଲହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ବଡ଼ଚେରଗାଁ ପଞ୍ଚାୟତର ଗୁଣ୍ଡୁରୀ ଗ୍ରାମର ତେଲ ନଦୀ କୂଳରେ ଥିବା ପଥରଚଟାଣ ଉପରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛି ଫରଙ୍ଗ ଗ୍ରାମର ଗଜିନ୍ଦ୍ରନାଥ ଭୋଇ (୭୨) ସେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଥିଲେ । ସେ ଗତ ୧୨ତାରିଖରୁ ନିଖୋଜ ଥିଲେ ବୋଲି ଶୁଣାଯାଉଥିଲା । ଏ ନେଇ ଦଶପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ହେଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ପାଇଛି । ତାଙ୍କର ଆଖି ଦୃଷ୍ଟି କମଥିବାରୁ ନଦୀକୂଳକୁ ଶୌଚ ପାଇଁ ଯାଉଥିବା ବେଳେ ନଦୀବଢି ପାଣିରେ ଭାସିଯାଇଥିବା ପରିବାର ପକ୍ଷରୁ ସନ୍ଧେହ କରାଯାଉଛି । ଆଜି ସକାଲେ ଗୁଣ୍ଡୁରୀ ତେଲ ନଦୀ କୂଳର ପଥର ଚଟାଣ ଉପରେ ଶବ ପଡିରହିଥିବା ଖବର ପାଇ ତାଙ୍କ ପରିବାର ଲୋକେ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ ପରେ କେଗାଁ ପୋଲିସ ରାମ ଶଙ୍କର ବାଗ ଓ ଏମ ହାସଦା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ ମାମଲାରେ କେଶ ନଂ୧୧/୨୨ରେ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଚିକିତ୍ସାଲୟକୁ ପଠାଇଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ,ପ୍ରଗତିଶୀଳ ମସିହା ପ୍ରତିନିଧି,

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ଫକୀରପୁର ଯୁବକ ସଂଘ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

Sunil Chandra Nayak

ଦୁର୍ଘଟଣା ରେ ମୃତ ଡ୍ରାଇଭର ର ପରିବାର କୁ ସହଯୋଗ ର ହାତ ବଢ଼େଇଲେ ଟେକ୍ସି ଚାଳକ ସଂଘ

Sunil Chandra Nayak

Leave a Comment

error: Content is protected !!