ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣିମାଫିଆ ଯୋଗୁ ଚାଲିଗଲା ୮ ବର୍ଷ ବାଳକର ଜୀବନ

ବାଲେଶ୍ଵର,୧୬/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ରାଜସ୍ବ କ୍ଷେତ୍ର ଗୁଆପାଳ ଗ୍ରାମରେ ଘଟିଯାଇଛି ଅଘଟଣ । ଘଟଣାରୁ ଜଣାପଡିଛି ଯେ ଗୁଆପାଳ ଗ୍ରାମର ବିଶ୍ବଜିତ୍ ନାଏକ(୮) ପିତା ସୁରେଶ ନାଏକ ଘର ଆଗ ମୋରମ ଖାଦାନ ନିକଟରେ ଦିନ ପ୍ରାୟ ୧୨ ସମୟରେ ଖେଳୁଥିବା ବେଳେ କୌଣସି କାରଣ ବଶତଃ ଅଗଭିର ମୋରମ ଖାଦାନ ଭିତରକୁ ଖସିପଡି ଥିଲା । ବହୁ ସମୟ ଧରି ପିଲାଟି ଘରକୁ ନଫେରିବାରୁ ବାପା ଓ ମାତା ଖୋଜାଖୋଜି କରି ପାଇନଥିଲେ । ଏହାର କିଛି ସମୟ ପରେ ପାଣିରେ କ’ଣ ଭାସୁଥିବାର ପଡୋଶୀ ଲୋକଙ୍କ ନଜରକୁ ଆସିଥିଲା । ପରିବାର ଲୋକେ ପାଣିରୁ ଉଦ୍ଧାର କରି ବାଇକ୍ ଯୋଗେ ଖଇରା ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ମାତ୍ର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ଖଇରା ପୋଲିସ ମେଡ଼ିକାଲରେ ପହଞ୍ଚି ମୃତ ଦେହ ଜବଦ କରିବା ସହିତ ବ୍ଯବଚ୍ଛେଦ ନିମନ୍ତେ ପଠାଇବା ପାଇଁ ବ୍ଯବସ୍ଥା କରିଛି । ଏଠାରେ ପ୍ରକାଶ ଥାଉକି ମୋରମ ଉତ୍ତୋଳନ ଦ୍ବାରା ସୃଷ୍ଟି ହୋଇଥିବା ଗର୍ତ୍ତକୁ ଅନ୍ୟ ସ୍ଥାନରୁ ମାଟି ଆଣି ପୋତି ଦେବାର ନିୟମ ଥିଲେ ମଧ୍ୟ ଠିକାଦାର ନ ପୋତି ସେ ସ୍ଥାନଟିକୁ ଛାଡିଦେଉଛନ୍ତି । ଯେଉଁଥି ପାଇଁ ଏହି ବାଳକ ପରି ଅନେକ ନୀରିହ ଲୋକଙ୍କ ପ୍ରାଣହାନୀ ଘଟୁଥିବାର ନଜିର ଅଛି । ମୃତ ବିଶ୍ବଜିତ୍ ଗଗୁଆ ସେବାଶ୍ରମ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପଢୁଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଧୁନିକ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

Sunil Chandra Nayak

ପୂର୍ବତନ ଏନଏସି ଅଧକ୍ଷ୍ୟ ପାର୍ଥ ମହାଳିକଙ୍କ ପରଲୋକ

Sunil Chandra Nayak

ବସୁଧା ଯୋଜନାର ବିଦ୍ୟୁତ ତାର ଚୋରି , ୪୧ ଡିଗ୍ରୀ ଖରାରେ ପାଣି ପାଇଁ ଡହଲ ବିକଳ କେଗାଁ ବାସୀ

Sunil Chandra Nayak

Leave a Comment

error: Content is protected !!