Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakJuly 17, 20220213 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ଆସିଥିଲି ପୁରୀ ଭକ୍ତି କରି ହରି କହିବ ମୋ ଦୁଃଖ କଥା ଦୁଃଖକୁ ହରଣ ସୁଖକୁ ପ୍ରଦାନ ଚାଲିଯିବ ମୋର ବ୍ୟଥା। ମୋମନ ଦେବତା ଜାଣମୋ ବାରତା ହୃଦୟ କରୁଛି ପୂଜା ତୁମ ଗୁଣ ଗାନ ପ୍ରଚାର କରୁଛି ଉଡାଉଛି ତବ ଧ୍ଵଜା। ନିତି ଦିନ କରି ମନ୍ଦିର ଦର୍ଶନ ଧୂପ ଦୀପ ଦେଇ ପୂଜା ଫୂଲର ମାଳାକୁ ଗଳାରେ ପକାଇ ଭକ୍ତି କରି ପାଦ ସେଵା । ପ୍ରଭୁ ଚାହିଁ ଦେଲେ ମୋଦୁଃଖ ଘୁଞ୍ଚୁଛି ମନରେ ଆସେ ଆନନ୍ଦ ସେହି ଆଶା ରଖି ବସି ଅଛି ମୁହିଁ କେବେ ମିଳେ ଶୁଭ ପଦ। ଦିଅ ପ୍ରଭୁ ଶକ୍ତି ବଢୁ ମୋର ଭକ୍ତି ତବ ପାଦେ ମୋ ଶରଣ ଏତିକି କାମନା କରୁଣା ଆଶିଷ ଭକ୍ତିରେ ରହୁ ପରାଣ। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା