ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣ୍ଡିଡଙ୍ଗରିଗୁଡାରେ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ

ଡକାୟତ ଉଦ୍ୟମରେ ୧୪ ଜଣିଆ ଗ୍ୟାଙ୍ଗ

ଅଳ୍ପକେ ରକ୍ଷା ପାଇଲେ ପରିବାର , ୧ଗୁରୁତର

କଳାହାଣ୍ଡି /କଲମପୁର , ୧୭/୭ (ମସିହା) ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ଖଣ୍ଡିଡଙ୍ଗରିଗୁଡା ଗାଁ ରେ ଗତ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମ କରାଯାଉଥିଲା । ଘର ମାଲିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଡକାୟତି ପଣ୍ଡ ହୋଇ ଯାଇଛି। ପ୍ରାୟ ୧୪ ଜଣ ଦୁର୍ବୁତ ରାତି ୧୨ଟା ୨୫ ମିନିଟ ସମୟରେ ମୁହଁରେ ମୁଖା, ହାତରେ ଗ୍ଲୋବ ଲଗେଇ ଗାଁ ର ଚାଷୀ ଗୌତମ ବିହାରୀ ଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ। ପ୍ରଥମ ଦୁଆର ଖୋଲିବା ପରେ ଦିତୀୟ ଦୁଆର କୁ କଟର ଏବଂ ପେଚକସରେ କବାଟକୁ କାଟୁଥିବା ସମୟରେ ଗୌତମ ଜାଣିପାରି କବାଟ ଖୋଲି ପୁଣି କବାଟ ବନ୍ଦ କରି ଦେଇ ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ଶୁଣି ପାଖରେ ଶୋଇ ଥିବା ମିସ୍ତ୍ରୀ ଔରଙ୍ଗଯେବ ସାହା ଓ ଜଲନ୍ଦର ଘି ଉଠି ଦୁର୍ବୁର୍ତ୍ତ ଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ମିସ୍ତ୍ରୀ ମାନଙ୍କୁ ପାଟିତୁଣ୍ଡ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଗାଁ ଲୋକେ ଉଠିଯିବା ଫଳରେ ମିସ୍ତ୍ରୀଙ୍କ ହାତରେ ଗଭୀର ଆଘାତ ଦେଇ ଦୌଡ଼ି ପଳେଇ ଥିଲେ। ଦୁର୍ବୁର୍ତ୍ତ ମାନେ କଳାହାଣ୍ଡିଆ ଭାଷାରେ କଥାବାର୍ତ୍ତା କରୁଥିବା ଜଣାପଡିଛି। ସେମାନେ ତ୍ରିଶୁଳ, ଖଣ୍ଡା, ଟାଙ୍ଗିଆ ଧରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ ହେଉଛି।। ତେବେ ଘଟଣା ସ୍ଥଳରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ , ବଡ଼କୁଟରୁ ଫାଣ୍ଡି ଅଧିକାରୀ ବିପିନ କୁଲଦୀପ , ସବଇନିସପେକ୍ଟର ବିଜୟ ବାରା , କନେଷ୍ଟବଳ ସନ୍ତୋଷ କୁମାର ପଣ୍ଡା ଏବଂ ସାଇଣ୍ଟିଫିକ ଦଳ, ଡଗ ସ୍କୁଆଡ଼ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ଏବଂ ତଦନ୍ତ ଜାରି ରହିଛି ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ଚାଷୀଙ୍କ ପାଇଁ ବିଧାନସଭାରେ ଗର୍ଜିଲେ ଅଧିରାଜ

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

Sunil Chandra Nayak

Leave a Comment

error: Content is protected !!