ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା’କୀଚକେଶ୍ବରୀ ମନ୍ଦିର,ବହଳଦାରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

ମୟୂରଭଞ୍ଜ – ୧୭/୭/୨୨ (ମସିହା)  ଆସନ୍ତା ଜୁଲାଇ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେଵ । ଭାରତର ବିଶିଷ୍ଟ ଆଦିବାସୀ ନେତ୍ରୀ ତଥା ଆମରି ଅଂଚଳର ଭୂମି ପୁତ୍ରୀ ସଵୁରିପ୍ରିୟ ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ମନୋନୀତ ହୋଇ ନିର୍ବାଚନ ଲଢ଼ୁଛନ୍ତି ।ତାଙ୍କରି ସୁନିଶ୍ଚିତ ବିଜୟ‌ ନେଇ ତାଙ୍କ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ପ୍ରତ୍ୟକ୍ଷ ଆରାଧ୍ୟ ଦେବୀ ମା’କୀଚକେଶ୍ବରୀ ମନ୍ଦିର ପରିସରରେ ବହଳଦା ଅଂଚଳ ତଥା ଆଖପାଖ ଅଂଚଳର ସଵୁ ବର୍ଗର ବହୁ ସଂଖ୍ୟାରେ ଲୋକେ ମା’କୀଚକେଶ୍ବରୀଙ୍କ ପୀଠରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ପୂଜକ ଆର୍ଯ୍ୟ ଶଙ୍କର ପାଣିଗ୍ରାହୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ହୋମଯଜ୍ଞ, ପୂର୍ଣ୍ଣାହୁତି ହୋଇଥିଲା ପୂଜାରେ ଈଶାନ ମିଶ୍ର ,ହିରନ ବସା କର୍ତ୍ତା ହିସାବରେ ବସିଥିଲେ । ମା’ଙ୍କ ପାଖରେ ବେଲପତ୍ର ବରଣ କରିଥିଲେ । ମା’ଙ୍କ ପାଖରେ ଯିଏ ପୂଜା କରିଥାନ୍ତି କେବେହେଲେ ନିଷ୍ଫଳା ହୁଅନ୍ତି ନାହିଁ । ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମା’କୀଚକେଶ୍ବରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଆଶୀର୍ବାଦ ଦିଅନ୍ତୁ । ସେ ବିଜୟୀ ହୋଇ ଏହି ମାଟି ସମେତ ସମଗ୍ର ଭାରତର ବିକାଶରେ ସହାୟିକା ହୁଅନ୍ତୁ । କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଈଶାନ ମିଶ୍ର, ରାଇରଙ୍ଗପୁର ବ୍ଳକ ଉପାଧ୍ୟକ୍ଷ ହିରଣ ଵସା,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଇଂ କମଳାକାନ୍ତ ନାଏକ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁନିଲ ମହାନ୍ତ, ପାରାଓ ହେମ୍ବ୍ରମ,ସତ୍ୟଭାମା ମହାନ୍ତ,ହର ମୋହନ‌ ବେହେରା,କିରଣ ରାଣୀ ମହାନ୍ତ,ସତ୍ୟବାନ୍ ବସା,ସୁକଦେବ ସାହୁ,ମାଧବ ମହାପାତ୍ର,ଘାସୀରାମ ସାହୁ,ସଂଜୀବ ସାହୁ,ଋଷି ସାହୁ, ଲୁଲୁ ରାଉତ,ଜୟନ୍ତ ମହାପାତ୍ର, ହାବୁଲ ଦାସ ମହାତ୍ମା ଦୀକ୍ଷିତ,ଗୋଲ ମାଝି,ଦଶରଥ ମଣ୍ଡଳ,ଶିବ ସାହୁ,ସୁମିତ ବେହେରା, ବସନ୍ତ ମାଝୀ,ପ୍ରତ୍ଯୁଷ ଦାଶ, ଶ୍ରୀକାନ୍ତ ମହାନ୍ତ,ସରୋଜ ମହାନ୍ତ, କୁନା ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ,ମାନ୍ୟା ଗଣ୍ଯ ବ୍ୟକ୍ତି ଯୋଗଦେଇ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ମା’ଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ନିମ୍ନମାନର ଖାଦ୍ୟକୁ ନେଇ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା

Sunil Chandra Nayak

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

Leave a Comment

error: Content is protected !!