ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା , କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ରାଉରକେଲା/ ବହୁ ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରାଯାଇଛି। ଅଭିଯୋଗ ଅନୁଯାୟୀ ଦକ୍ଷିଣ ରାଉରକେଲା ର ରାସ୍ତାଘାଟର ଅବସ୍ଥା ଭଲ ନାହିଁ, ୩ବର୍ଷହେଲା ଡ୍ରେନ ସଫା ହେଉ ନାହିଁ, ବିଦ୍ୟୁତ୍ ଥରେ ଗଲେ ୧୬ ଘଣ୍ଟା ଧରି ସମଗ୍ର ସାରନଗରୀ ଅନ୍ଧାର ରହୁଛି, ପାଣିର ଅନିୟମିତତା, ସକାଳେ ପାଣି ଆସିଲେ , ସନ୍ଧ୍ୟାରେ ନାହିଁ, କୋଉଠୁ ପ୍ରେସର ନ ଥିବାରୁ ୧୦ ମିନିଟ୍ ପାଣି ଆସିବ, ପୁଣି ବନ୍ଦ ହେଇଯିବ। ମେଡ଼ିକାଲରେ ବରିଷ୍ଠ ନାଗରିକ ପାଇଁ ମାସିକିଆ ଔଷଧ ମିଳୁନାହିଁ, ସାଲାଇନ ମିଳୁନାହିଁ, ଅଭିଜ୍ଞ ଡାକ୍ତର ପୂର୍ବରୁ ଆସୁଥିଲେ। ବର୍ତ୍ତମାନ ୬ ମାସରୁ ଉର୍ଦ୍ଧ୍ବ ହେବ ଆଉ ଆସୁନାହାନ୍ତି। ବୁଷ୍ଟର ଡୋଜ ଅନ୍ୟସବୁଠି ଦିଆଯାଉଥିବା ବେଳେ, ଏ ଅଞ୍ଚଳରେ ତାହା ବନ୍ଦ ଅଛି। ମଶା ଔଷଧ ପୂର୍ବରୁ ଡ୍ରେନରେ ପକାଯାଉଥିଲା ଓ ମଶା ଧୁଆଁ ଦିଆଯାଉଥିଲା। ତାହା କରୋନା ପରଠାରୁ ସବୁ ବନ୍ଦ ଅଛି। ସି ବ୍ଲକରେ ପାଣି ପାଇପ୍ ବସାଯାଉଥିଲେ ମଧ୍ଯ ତାହା ଅଧା ବାଟରେ ପାଇପ୍ ନ ଥିବାରୁ କାର୍ଯ୍ୟ ବନ୍ଦ ଅଛି। ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଫଳ ଶୂନ। ଦକ୍ଷିଣ ରାଉରକେଲା ଅବସର ପ୍ରାପ୍ତ ସେଲ କର୍ମଚାରୀ ସଂଘର ୪୯ତମ ଅଧିବେଶନରେ ଏସବୁ ଆଲୋଚନା କରାଯାଇ ସଂଘ ତରଫରୁ ଘୋର କ୍ଷୋଭ ପ୍ରକାଶ ପାଇଥିଲା। କାର୍ଯ୍ୟକାରୀ ସଭାପତି ଶ୍ରୀ ଚାନ୍ଦମଣି ନାୟକ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଆଲୋଚନାରେ ସର୍ବଶ୍ରୀ ଗୌରାଙ୍ଗ ଦାଶ,ଏଲିଆସ ଟେଟେ ମୁରଲି ଗୌଡ଼, ସୁଧାକର ମଲ୍ଲିକ, ବିଷ୍ଣୁ ନାୟକ, ଉଦିତ ଅମାତ, ଅନନ୍ତ ହୋତା ପ୍ରମୁଖ ଅଂଶଗ୍ରହଣ କରି ସମସ୍ୟା ର ସମାଧାନ ପାଇଁ ସଂଘର ଏକ ୧୦ଜଣିଆ ଦଳ ଶୀଘ୍ର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ମତପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ସର୍ବଶ୍ରୀ ବଂଶୀଧର ନାୟକ, ହାରାଧନ ସିଂହ, ରାହାସବିହାରୀ ଧଳ, ସୁଧୀର ଶର୍ମା, ରଘୁନାଥ ସେଠୀ, ଟି ଏନ୍ ରାଓ, ଜି ସି ମୂଳିଆ, ଗଣେଶ ବେହେରା, ଶରତ ଚୌଧୁରୀ, ଏସ କେ ପରିଡା, କେ ମଲ୍ଲିକ ପ୍ରମୁଖ ଯୋଗଦେଥିଲେ। ପରିଶେଷରେ ଶ୍ରୀ ସୁଧାକର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା  ମା’ ବିଶ୍ୱ ଜନନୀ

Sunil Chandra Nayak

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

Sunil Chandra Nayak

ନୂଆ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍‌ରେ ୭୫୦ ଟଙ୍କା ବୃଦ୍ଧି

Sunil Chandra Nayak

Leave a Comment

error: Content is protected !!