ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କବିତା ଗୋ ତୁମେ

 କବିତା ଗୋ ତୁମେ

      ବେଣୁଧର ସୂତାର

ତୁମେ କଳ୍ପନାର ରସାଣିତ ଧାରା
ନିଃଶବ୍ଦର ଚାରୁକଳା
କବି ମାନସର ଭାବ ତନ୍ମୟର
ଲଳିତ ଶବ୍ଦର ମାଳା              
ଆହାକି ମାଧୁର୍ଯ୍ୟ ବୋଳା
ତୁମେ ଅନ୍ତଃସ୍ବର ପୁଲକ ପଙ୍କ୍ତିର
ସାରସ୍ବତ ପଦ୍ମତୋଳା      
ଲଳିତ ଶବ୍ଦର ମାଳା ………(୦)
ତୁମେ ହୃଦୟର ପ୍ରତି ସ୍ପନ୍ଦନରେ
ମହକିତ ମଧୁ ଆଶା
ଭାବମୟତାର ସୁରଭି ସମ୍ଭାର
ମଗ୍ନମୟ ପରିଭାଷା
ଭାବର ଲହରି ମାଳା
ଭାଷା ସୁଷମାର ଚାରୁ ରୂପକଳ୍ପ
ଲେଖନୀର ସୂକ୍ଷ୍ମ କଳା
ଲଳିତ ଶବ୍ଦର ମାଳା……….(୧)
ତୁମେଚେତନାର ବିମୁଗ୍ଧ ଆଲେଖ୍ୟ
ପୁଲକିତ ଅନୁଭବ
ମନ କଳ୍ପନାର ଅମୃତ ନିର୍ଝର
ଭାବାତୀତ ମହାଭାବ
ରସର ଲାବଣ୍ୟ ଲୀଳା
ଅମିତ ପ୍ରଜ୍ଞାର ସୁଧା ସମାହାର
ଜ୍ଞାନରତ୍ନ ରୂପଶାଳା
ଲଳିତ ଶବ୍ଦର ମାଳା………..(୨)
ଅମୃତ ବୀଣାର ତୁମେତ ଝଙ୍କାର
ରୋମାଞ୍ଚିତ ସୁର ଛନ୍ଦ
ମୁଗ୍ଧ ଆବେଗର ଲଳିତ ଲହର
ଭାବମୟ ଅନୁବନ୍ଧ
କବିର ମାନସୀ ବାଳା
କବିତା ଗୋ ତୁମେ ବାଣୀ ମହଲର
ପ୍ରଜ୍ଞାମୟୀ ଚାରୁଶୀଳା
ଲଳିତ ଶବ୍ଦର ମାଳା………..(୩)
କେଶଦୁରାପାଳ , କେନ୍ଦୁଝର

Related posts

ନିର୍ମାଣ ସରି ଦୁଇବର୍ଷ ବିତିଲା , କମର୍ଦ୍ଧାରେ କାର୍ଯ୍ୟକ୍ଷମ ହେଇନି ବସୁଧା ପାନୀୟ ଜଳ ପ୍ରକଳ୍ପ

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଟେଲିଭିଜନ ଖବର…. ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ   

Leave a Comment

error: Content is protected !!