ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମ ମନକଥା

   ତୁମ ମନକଥା 

ବୟସ ନୁହଁଇ ଷୋଳକି ସତର
ଛାତି ଚିରି ଦେବ ସତେ
ରୂପ ରଙ୍ଗ ତୁମ ବଦଳି ଗଲାଣି
ଫୁଲେଈ ହେଉଛ କେତେ 
ବୟସ ନୁହଁଇ……………୧ 
ମନ କଥା ତୁମ ମନରେ ରହିଲା
ନିରବ ରହିଲ କାହିଁ
ନିରବ ମନଟା କହୁ ଥିଲା ସତେ
ନହୁଏ ପସନ୍ଦ କେହି
ସମୟର ସାଥେ ଚାଲି ନ ପାରିଲେ 
ପଛରେ ରହିବ କେତେ
ବୟସ ନୁହଁଇ……………୨ 
ତୁମ ନିରବତା କହୁଥିଲା ମୋତେ
ଦୋଷ ତ ତୁମର ନୁହଁ
ତୁମ ଦେହ ରଙ୍ଗ ମୋ ଦେହ ରଙ୍ଗ
ମିଶିଲାନି କାହିଁ କୁହ
ଜୀବନ କେବେ ଦେଖା ହେବ ଯଦି
କଥା ହେବ ମୋର ସାଥେ
ବୟସ ନୁହଁ ଇ ସୋଳକି ସତର
ଛାତି ଚିରି ଦେବ ସତେ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଦାବିପତ୍ର

Sunil Chandra Nayak

ରିଷିଡା କପ ଫୁଟବଲ: ଶୁକ୍ରବାର ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

Sunil Chandra Nayak

ନୂଆ ଥାନା ନିର୍ମାଣ ସହ ପୁଲିସ ଫୋର୍ସର ଆଧୁନିକୀକରଣ ପାଇଁ ଓଡ଼ିଶାକୁ ୧୪ କୋଟି ଟଙ୍କା ଦେଲା କେନ୍ଦ୍ର

Leave a Comment

error: Content is protected !!