ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରେକ ଡାଉନ ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ରୋଗି ହନ୍ତସନ୍ତ

ପାପଡାହାଣ୍ଡି,18/7— କେତେବେଳେ ଠେଲି ଲେ ଚାଲୁଛି ତ କେତେବେଳେ ଟାୟାର ପଙ୍କଚର ହୋଇଯାଉଛି | କେତେବେଳେ ବ୍ରେକ ଡାଉନ ତ ଆଉ କେତେବେଳେ ଗାଡି ଷ୍ଟାର୍ଟର ସମସ୍ୟା | ଜିଲ୍ଲାର 108 ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ | ମାଗଣା ଆମ୍ବୁଲାନ୍ସରେ ଆସି ରୋଗି କେବଳ ହନ୍ତସନ୍ତ ହେବା ଦେଖା ଦେଇଛି | ଦୁଇ ଦିନ ବ୍ୟାବଧାନ ମଧ୍ୟରେ ବ୍ଲକରେ ଦୁଇ ଥର ଆମ୍ବୁଲାନ୍ସ ଗାଡି ଖରାପ ହେବା ଦେଖା ଦେଇଛି | ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଛାତ୍ରୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ, ହେଲେ ବ୍ରେକ ଡାଉନ ଯୋଗୁଁ ଆଉ ଆଗକୁ ଗଡି ପାରିଲା ନାହିଁ ଗାଡି | ଆମ୍ବୁଲାନ୍ସ ଭିତରେ ଛଟ ପଟ ଗୁରୁତର ଆହତ ରୋଗି | ପାପଡାହାଣ୍ଡି ବ୍ଲକ ହାତୀବେଢା ପଂଚାୟତ ଶୁଣ୍ଡିଗୁଡା ଗ୍ରାମର ପଂକଜିନି ବିଶୋଇ ସୋମବାର ଡାବୁଗାଁ ବିଦ୍ୟାଳୟକୁ ଯିବା ସମୟରେ ମଦ ଦୋକାନ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ସଂଗେ ସଂଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 10.30ରେ ଭର୍ତି କରାଯାଇଥିଲା | ତାଙ୍କର ଡାହାଣ ହାତ ଭାଙ୍ଗିବା ସହ ଆଘାତ ଲାଗିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ 11 ଟାରେ ସ୍ଥାନାନ୍ତର କରାଯାଇଥିଲା | OD 02BJ 9647 ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ପାପଡାହାଣ୍ଡି ଶହୀଦ ମିନାର ନିକଟରେ ଆମ୍ବୁଲାନ୍ସର ବ୍ରେକ ଫେଲ ହୋଇଯିବା ଯୋଗୁଁ ଆଉ ଆଗକୁ ଯାଇପାରିନଥିଲା | ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଭିତରେ ପଙ୍କଜିନୀ ଛଟ ପଟ ହୋଇ ପଡିରହିଥିଲେ | ତାଙ୍କୁ ଉଠିବାରେ ଅସୁବିଧା ହୋଇଥିବାରୁ ସେ ପ୍ରବଳ ଯନ୍ତ୍ରଣାରେ ଆମ୍ବୁଲାନ୍ସ ଭିତରେ ବସିରହିଥିଲେ | ବାରମ୍ବାର ଆମ୍ବୁଲାନ୍ସ ଗାଡି ଖରାପ କୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି | ଗତ 16 ତାରିଖ ଦିନ ଜଟାବାଲ ଠାରେ ଆମ୍ବୁଲାନ୍ସର ଟାୟାର ପଙ୍କଚର ଯୋଗୁଁ ଜଣେ ଗର୍ଭବତୀ ଙ୍କୁ ନେବାରେ ବିଳମ୍ବ ହେବାରୁ ସେ ଗାଡି ଭିତରେ ପ୍ରସବ କରିଥିଲେ | ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବଜ୍ରଘାତରେ ଢ଼ଙ୍କଶର ଚାଷୀ ଖୁସିରାମ ଗହୀରଙ୍କ ବଳଦ ମୃତ୍ୟ

Sunil Chandra Nayak

ଟ୍ରାନ୍ସଫର୍ମର ଅଚଳ କାରଣରୁ ୨୭ ଦିନ ହେବ ଅନ୍ଧାର ରେ ସାନ ପୋଡ଼ାଗୁଡା ଗ୍ରାମବାସୀ

Sunil Chandra Nayak

କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ -ମୢତ୍ୟୁଞୟ ହେଲେ ସଭାପତି

Sunil Chandra Nayak

Leave a Comment

error: Content is protected !!