ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରେକ ଡାଉନ ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ରୋଗି ହନ୍ତସନ୍ତ

ପାପଡାହାଣ୍ଡି,18/7— କେତେବେଳେ ଠେଲି ଲେ ଚାଲୁଛି ତ କେତେବେଳେ ଟାୟାର ପଙ୍କଚର ହୋଇଯାଉଛି | କେତେବେଳେ ବ୍ରେକ ଡାଉନ ତ ଆଉ କେତେବେଳେ ଗାଡି ଷ୍ଟାର୍ଟର ସମସ୍ୟା | ଜିଲ୍ଲାର 108 ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ | ମାଗଣା ଆମ୍ବୁଲାନ୍ସରେ ଆସି ରୋଗି କେବଳ ହନ୍ତସନ୍ତ ହେବା ଦେଖା ଦେଇଛି | ଦୁଇ ଦିନ ବ୍ୟାବଧାନ ମଧ୍ୟରେ ବ୍ଲକରେ ଦୁଇ ଥର ଆମ୍ବୁଲାନ୍ସ ଗାଡି ଖରାପ ହେବା ଦେଖା ଦେଇଛି | ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଛାତ୍ରୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ, ହେଲେ ବ୍ରେକ ଡାଉନ ଯୋଗୁଁ ଆଉ ଆଗକୁ ଗଡି ପାରିଲା ନାହିଁ ଗାଡି | ଆମ୍ବୁଲାନ୍ସ ଭିତରେ ଛଟ ପଟ ଗୁରୁତର ଆହତ ରୋଗି | ପାପଡାହାଣ୍ଡି ବ୍ଲକ ହାତୀବେଢା ପଂଚାୟତ ଶୁଣ୍ଡିଗୁଡା ଗ୍ରାମର ପଂକଜିନି ବିଶୋଇ ସୋମବାର ଡାବୁଗାଁ ବିଦ୍ୟାଳୟକୁ ଯିବା ସମୟରେ ମଦ ଦୋକାନ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ସଂଗେ ସଂଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 10.30ରେ ଭର୍ତି କରାଯାଇଥିଲା | ତାଙ୍କର ଡାହାଣ ହାତ ଭାଙ୍ଗିବା ସହ ଆଘାତ ଲାଗିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ 11 ଟାରେ ସ୍ଥାନାନ୍ତର କରାଯାଇଥିଲା | OD 02BJ 9647 ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ପାପଡାହାଣ୍ଡି ଶହୀଦ ମିନାର ନିକଟରେ ଆମ୍ବୁଲାନ୍ସର ବ୍ରେକ ଫେଲ ହୋଇଯିବା ଯୋଗୁଁ ଆଉ ଆଗକୁ ଯାଇପାରିନଥିଲା | ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଭିତରେ ପଙ୍କଜିନୀ ଛଟ ପଟ ହୋଇ ପଡିରହିଥିଲେ | ତାଙ୍କୁ ଉଠିବାରେ ଅସୁବିଧା ହୋଇଥିବାରୁ ସେ ପ୍ରବଳ ଯନ୍ତ୍ରଣାରେ ଆମ୍ବୁଲାନ୍ସ ଭିତରେ ବସିରହିଥିଲେ | ବାରମ୍ବାର ଆମ୍ବୁଲାନ୍ସ ଗାଡି ଖରାପ କୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି | ଗତ 16 ତାରିଖ ଦିନ ଜଟାବାଲ ଠାରେ ଆମ୍ବୁଲାନ୍ସର ଟାୟାର ପଙ୍କଚର ଯୋଗୁଁ ଜଣେ ଗର୍ଭବତୀ ଙ୍କୁ ନେବାରେ ବିଳମ୍ବ ହେବାରୁ ସେ ଗାଡି ଭିତରେ ପ୍ରସବ କରିଥିଲେ | ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ଜୀବନବିନ୍ଧୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ବେଣୁଧର ସୂତର ଙ୍କ କବିତା ବସନ୍ତ ଯାଇଛି ଫେରି 

Sunil Chandra Nayak

Leave a Comment

error: Content is protected !!