ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

ମୟୂରଭଞ୍ଜ-୧୮/୭/୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ଅଂଚଳ ମାଟିର ସୁକନ୍ୟା ତଥା ଭାରତର ବିଶିଷ୍ଟ ଆଦିବାସୀ ମହିଳା ନେତ୍ରୀ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଛି । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଦିଲ୍ଲୀ ଯାଇଛନ୍ତି । ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ । କାର୍ଯ୍ୟକ୍ରମରେ ମନୋରଞ୍ଜନ ମହାନ୍ତି, ବାପି ଦାସ,ବିକାଶ ମହାନ୍ତ,ଶିବୁ ଅଗ୍ରୱାଲ,ସୌରଭ ପଟ୍ଟନାୟକ କିଶୋର ରଜକ,ଆଲୋକ ରଂଜନ ମହାନ୍ତ,ବରୁଣ ଦେ ,ଗୌରବ ଅଗ୍ରୱାଲ, ରଂଜିତା କ୍ଲିକ୍,ପ୍ରଦୀପ ରାଉତ,ଟାରଜନ ମହାନ୍ତ, କଳ୍ପନା ମହାନ୍ତ, ଦେବାଶିଷ ନାଏକ,ନିରୁପମା ଟୁଡୁ, ଶଶାଙ୍କ କୁମାର,ମିଥିଳା ଟୁଡୁ,ପଦ୍ମୀନୀ ଜେନା,ଲଳିତ ଖଣ୍ଡାଓ୍ବେ,ଆକାଶ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଜଗନ୍ନାଥଙ୍କ ଠାରେ ମାଡାମଙ୍କ ବିଜୟ ପାଇଁ ପ୍ରାର୍ଥନା କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବ୍ଲକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!