ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଆସିଲା ଡାକରା ପ୍ରଭୁଙ୍କ ପାଖରୁ
    ଯାଉଅଛି ମୁହିଁ ପୁରୀ
ଦର୍ଶନ କରିବି ମନକଥା କହି
    କରିବି ମୋର ଗୁହାରୀ।
ଧନ ଲୋଡା ନାହିଁ ଜନ ଲୋଡା ନାହିଁ
    ଲୋଡା ମୋର ଭକତି
ଧର୍ଯ୍ୟ ଧରି ମୋତେ କହି ଦିଅ ସତ
   ଦିଅ ମୋ ଜୀବନ ଶକ୍ତି।
ବିଶ୍ବ ପରିବାର ତୁମରି ସ‌ଂସାର
   ସୁଖଦୁଃଖ ତୁମ ହାତେ
କାହାକୁ କେମିତି ବୁଝାଇ କହିବା
   ବୁଧି ଆହେ ଜଗନ୍ନାଥେ।
ଡାକି ଦେଲ ପୁରୀ ଆସିଗଲି ପୁରୀ
    ମୋ ସଂସାର ବଡ଼ଦାଣ୍ଡ
ମୁଣ୍ଡଗୁଞ୍ଜିବାକୁ ଦିଅ ଟିକେ ରାହା
    ଏତିକି ଅଳି ତୋ ଦାଣ୍ଡ।
ଦାଣ୍ଡରେ ରହିବି ଦର୍ଶନ କରିବା
  ଗରୁଡ଼ ସ୍ତମ୍ଭରୁ ନିତି
ସକାଳ ସଞ୍ଜରେ ସିଂହଦ୍ବାର ପାଶେ
   ଭିକ୍ଷା ଥାଳ ଧରି ସ୍ତୁତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବେଣୁଧର ସୂତାର ଙ୍କ କବିତା ଝରା ଶେଫାଳି ମୁଁ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଧାରଣା: ପ୍ରତିବାଦ ସଭା

Sunil Chandra Nayak

ବସ ଯାତ୍ରୀଙ୍କୁ ଆଶ୍ବସ୍ତି : କମିଲା ଘରୋଇ ବସଭଡ଼ା…

Leave a Comment

error: Content is protected !!