ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ବୋଲ ବମ

ବୋଲ ବମ

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ
ଶ୍ରାବଣ ମାସରେ ଶଇବ ପୀଠରେ
      କାଉଡିଆଙ୍କର ଭିଡ଼,
କାନ୍ଧେ ଜଳଭାର ଶିବଙ୍କ ଚିନ୍ତନେ
      ଚାଲିଥାଏ ବର୍ଷାଝଡ଼ ||
ପିନ୍ଧିଥାଏ ସିଏ ଗୈରିକ ବସନ
      ଶିବ ମନ୍ତ୍ର ନିରନ୍ତର,
ଖାଲି ପାଦରେସେ ଚାଲିଣ ଥାଏଯେ
      ଶିବ କରୁଣା ଅପାର ||
ବୋଲୁଥାଏ ବୋଲବମ ବୋଲବମ
      ହର ହର ବମ ବମ,
ସତ୍ୟମ ଶିବମ ସୁନ୍ଦରଂ ଶଙ୍କର
     ଡମ୍ବୁରଯେ ଡମ ଡମ ||
ଶଙ୍କର ଦୟାରୁ କିଛି ହୁଏ ନାହିଁ
    ଭଲରେ ଘରକୁ ଫେରେ,
ମାନସିକ ତାର ପୂରଣ ହୁଅଇ
    ପ୍ରଭୁଙ୍କର କରୁଣାରେ ||
କାଉଡିଆ ମାନେ ଜଳଭାର ନେଇ
     ଶିବ ମସ୍ତକେ ଢାଳନ୍ତି,
ମୁଖେ ସ୍ତୁତି କରି ଶିବଙ୍କୁ ତୋଷନ୍ତି
     ମନପ୍ରାଣେ ପୂଜିଥାନ୍ତି ||
ଭକ୍ତିପୂତ ମନେ ଡାକଇ ପ୍ରଭୁଙ୍କୁ 
     ରଖହେ ଭୋଳା ଶଙ୍କର,
ରୋଗ ବ୍ୟାଧି ନାଶି ହେକୈଳାସପତି
     ଫେଡ଼ ଦୁର୍ଗତି ମୋହର ||

Related posts

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

Sunil Chandra Nayak

ଶାସ୍ତ୍ରୀଜୀ ଓ ଗାନ୍ଧି ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!