ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

୧୨ ବର୍ଷ ଶିକୁଳିରେ ବନ୍ଧା ପଡ଼ିଥିଲେ ବାରବଖରା ଗାଁ ର ୨ ଭାଇ,ଘଟଣା ର ୩ ବର୍ଷ ଚିକିତ୍ସା ପରେ ସୁସ୍ଥ ହୋଇ ଗାଁ କୁ ଫେରିଲେ

କୋକସରା,୨୦/୭ -( ମ ନି ସ ) ସମୟ ସ୍ରୋତରେ ଦୀର୍ଘ ୩ ବର୍ଷର ଉପଯୁକ୍ତ ଚିକିତ୍ସା ପରେ ୧୨ ବର୍ଷ ଧରି ମାନସିକ ରୋଗ କାରଣରୁ ଶିକୁଳିରେ ବନ୍ଧା ପଡ଼ିଥିବା ଦୁଇ ଭାଇ ସୁସ୍ଥ ହେବାସହ ନୂଆ ଜୀବନ ପାଇ ଆଜି ଗାଁ କୁ ପହଞ୍ଚିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗ୍ରାମ ର ବେଣୁ ଧରୁଆ ଙ୍କ ଦୁଇ ଭାଇ ମଧ୍ୟରୁ ମଝିଆ ଭାଇ ଲଳିତ ଧରୁଆ(୫୦) ଓ ଭାଇ କ୍ଷିତ ଧରୁଆ(୪୨) ଦୀର୍ଘ ୧୨ ବର୍ଷ ଧରି ମାନସିକ ରୋଗରେ ପୀଡିତ ହୋଇ ଶିକୁଳିରେ ବନ୍ଧା ପଡ଼ି ଅଭିଶପ୍ତ ଜୀବନ ବିତାଉଥିଲେ। ଖୁଣ୍ଟିଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଧର୍ମବ୍ରତ ପଣ୍ଡା ଙ୍କ ଉଦ୍ୟମରେ ୨୦୧୯ ମସିହା ଜୁଲାଇ ମାସରେ କୋକସରା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଦ୍ୱାରା ମାନସିକ ରୋଗରେ ଗ୍ରସ୍ତ ଥିବା ଦୁଇ ଭାଇଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଶିକୁଳିରୁ ମୁକ୍ତ କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛିଦିନ ଚିକିତ୍ସିତ ପରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ପୋଗ୍ରାମ କର୍ମଚାରୀ ଅନାୟତ ମହମ୍ମଦ ଙ୍କ ତତ୍ତ୍ୱାବଧାନରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ୩ ମାସ ଚିକିତ୍ସା ପରେ ଅନାୟତ ମହମ୍ମଦଙ୍କ ଉଦ୍ୟମରେ ପୁରୀ ଜିଲ୍ଲାର କଣାସରେ ଥିବା ନୀଳାଚଳ ସେବା ପ୍ରତିଷ୍ଠାନ ପୁନରୁଦ୍ଧାର କେନ୍ଦ୍ରରେ ୨ ବର୍ଷ ୭ ମାସ ଧରି ଉପଯୁକ୍ତ ଚିକିତ୍ସା ପରେ ଦୁଇ ଭାଇ ମାନସିକ ରୋଗ ରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି। ଦୁଇ ଭାଇ ମାନସିକ ରୋଗ ରୁ ମୁକ୍ତି ପାଇବା ପରେ ଘର କଥା ଗାଁ କଥା ଓ ଘର କୁ ଯିବା ପାଇଁ ସେବା ପ୍ରତିଷ୍ଠାନ ର କର୍ମକର୍ତ୍ତା ଙ୍କୁ କହିବା ପରେ ଅନାୟତ ମହମ୍ମଦ ଙ୍କୁ ଫୋନରେ ଖବର ଦେଇଥିଲେ ସେବା ଅନୁଷ୍ଠାନ ର କର୍ମକର୍ତ୍ତ। ଅନାୟତ ମହମ୍ମଦଙ୍କ ସହ ଖୁଣ୍ଟିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଓ ଚୌଵନ ମେହେର ପୁରୀ କଣାସ ସ୍ଥିତ ନୀଳାଚଳ ସେବା ପୁନରୁଦ୍ଧାର କେନ୍ଦ୍ରରୁ ସୋମବାର ଦୁଇଭାଇ ଙ୍କ ନିଜ ଗାଁ ବାରବଖରା ରେ ଆଣି ପରିବାର ଙ୍କ ନିକଟରେ ଛାଡିଛନ୍ତି। ନିଜ ଜନ୍ମମାଟି କୁ ଆସି ଦୁଇ ଭାଇ ଖୁସି ରେ ବିଭୋର ହୋଇଥିବା ବେଳେ ଲଳିତ ଧରୁଆ ଙ୍କ ସ୍ତ୍ରୀ ସୁରେଖା ଓ ଦୁଇ ଝିଅ ଦୀର୍ଘ ବର୍ଷ ପରେ ବାପା ଙ୍କୁ ନିକଟରେ ପାଇ କୋହ ସମ୍ଭାଳି ନ ପାରି କଇଁ କଇଁ ହୋଇ କାନ୍ଦି ପକାଇଥିଲେ। ପରିବାର କୁ ନିକଟରେ ପାଇ ଲଳିତ ଓ କ୍ଷୀତ ଆତ୍ମହରା ହୋଇ ପଡ଼ିଥିଲେ। ଗାଁ ଲୋକ ମଧ୍ୟ ଦୁଇ ଭାଇ ଙ୍କ ସୁସ୍ଥ ସବଳ ହୋଇ ଗାଁ କୁ ଫେରି ଆସିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମେତ ନୀଳାଚଳ ସେବା ଅନୁଷ୍ଠାନ,ଗଣମାଧ୍ୟମ କୁ କୃତଜ୍ଞତା ଜଣାଇଛନ୍ତି।

Related posts

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର

Sunil Chandra Nayak

H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

Sunil Chandra Nayak

ଜଳବନ୍ଦୀ ଗୁରୁମାଇ ଗୁଡା ରେ ଦମନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!