ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଶିକ୍ଷା ବିଭାଗରେ ନୂତନ ବିଇଓ ଙ୍କ ଯୋଗଦାନ

କୋକସରା,୨୦/୦୭-(  ମ ନି ସ ) ବୁଧବାର କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ ନୂତନ ବିଇଓ ଭାବେ ନେପାଳ ଚନ୍ଦ୍ର ବାଗ ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂତନ ବିଇଓଙ୍କୁ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ହରିପୁର ରୋଡ଼ କଟକ ର କର୍ମକର୍ତ୍ତା ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଛନ୍ତି। ବିଇଓ ଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ କୋକସରା ନୋଡାଲ ସି ଆର ସି ସି ବୈକୁଣ୍ଠ ଜାଳ ଙ୍କ ପରିଚାଳନା ରେ ଶିକ୍ଷକ ସଂଘ ର ସଭାପତି ଭୁରିଶ୍ରବା ଜାଳ, ଉପ ସଭାପତି ବିର କିଶୋର ନାଗ, ଉପ ସଭାନେତ୍ରୀ କୌଶଲ୍ୟା ନାଏକ, ସମ୍ପାଦକ ସୁବାଷ ଚନ୍ଦ୍ର ବାଗ, ଜିଲ୍ଲା ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ନାଏକ, ବ୍ଲକ ଯୁଗ୍ମ ସମ୍ପାଦକ ଦୁଲ୍ଲଭ ଚନ୍ଦ୍ର ପୁଝାରି, ଜନ୍ମେଜୟ ପ୍ରଧାନୀ, ମଦନଲାଲ ନାଏକ, କୋଷାଧ୍ୟକ୍ଷ ଦିଲିପ ସାହୁ, ଅଜିତ ସାହୁ, ବିଆରସିସି ତୋଫାନ ମାଝୀ, ଏବିଇଓ ସୁଶିଳା ଜୋଦାର, ସେକ୍ସନ ଅଧିକାରୀ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ନୂତନ ବିଇଓ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିବା ସହ ବ୍ଲକ ଶିକ୍ଷା ବିଭାଗ ରେ ରହିଥିବା ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

Related posts

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ପ୍ରାର୍ଥନା

Sunil Chandra Nayak

ଟାଙ୍ଗିରି ପାହାଡ ଉପରେ ପାଳନ ହେଲା କାରଗିଲ ବିଜୟ ଦିବସ

Sunil Chandra Nayak

Leave a Comment

error: Content is protected !!