ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

 ଶ୍ରାବଣୀ

ଶ୍ରାବଣୀଗୋ ତୁମରି ଆଗମନରେ ,
ବଦଳିଗଲା ଜୀବନ,
ଭିଜାଭିଜା ବୁନ୍ଦାଜଳ ପଡ଼ିଗଲେ,
ଶିହରଣ ତନୁମନ।।
ନୀଳଆକାଶର ଓଢଣି ପିନ୍ଧିଲେ,
ଲୁପ୍ତ ଜାଗୃତି ସପନ,
ଧାରା ଶ୍ରାବଣ ବର୍ଷା ମେଘ ବିଜୁଳି,
 ବାନ୍ଧିଛି ପ୍ରେମ ବନ୍ଧନ।।
ପୁଲ୍ଲକିତ ସବୁଜିମା ତରୁ ଲତା,  
 ଫେରିବ ଗହନ ବନ,
ଶୁଷ୍କତାରୁ ଉନ୍ମାଦର ସୁଶୋଭିତ,
କରିଥାଏ ଯେ ନୂତନ।।
ପ୍ରେରିତ ତୁମର ସକଳ ଆଧାର,
ପୁଷ୍ପ ମହକ କାନନ,
ରୋମାଞ୍ଚକର ଅନୁଭୂତି ଆଣିଛି,
ସ୍ପର୍ଶତାର ଆନମନ।।
ଶ୍ରାବଣ ମାସର ସ୍ପନ୍ଦନ ଆଣିଛି,
ଈଶ୍ଵରଙ୍କର ଆହ୍ୱାନ,
ମହିମା ତାଙ୍କର ବୋଲବମ୍ ଯାତ୍ରା,
ଶମ୍ଭୁନାଥ ଗୁଣଗାନ।।
ପ୍ରକୃତି ଉପହାର ଦିବ୍ୟ ଆଦର,
ସୂକ୍ଷ୍ମତାର ବଳିଦାନ,
 ମାନବିକ ଆଧ୍ୟାତ୍ମିକ ସଂଯୋଗର,
ନିପୁଣ ଭାବ ମହାନ୍।‌।

ମଧୁସ୍ମିତା ସାହୁ,

ବ୍ରହ୍ମା ନଗର ପ୍ରଥମ ଗଳି,
ବ୍ରହ୍ମପୁର, ଜିଲ୍ଲା-ଗଞ୍ଜାମ, ,ଓଡ଼ିଶା
 

Related posts

ଶେଷରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ଉଦ୍ୟମ କାମରେ ଆସିଲା , ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଘରୋଇ ବସ ଚାଲିଲା

Sunil Chandra Nayak

ନର୍ଲା ବ୍ଲକ୍ ର ଚାରୋଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପରୀକ୍ଷାର ଫଳ, କାଢୁଅଛି ଝାଳ

Leave a Comment

error: Content is protected !!