ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୂତ କୋଠି ପାଲଟିଛି ହୋମିଓପାଥି ସ୍ବାସ୍ଥ୍ୟ କେନ୍ଦ୍ର

ଡାଲଗୁମା -:  ଦଣ୍ଡପାଟ ଅଞ୍ଚଳର ଛଞ୍ଚାଣବାହେଲି ର ହୋମିଓପାଥି ସ୍ବାସ୍ଥ୍ୟ କେନ୍ଦ୍ର ଭୂତ କୋଠି ପାଲଟିଛି , ଏଠାରେ ଡାକ୍ତର ରୁହନ୍ତିନି କି କର୍ମଚାରୀ ରୁହନ୍ତିନି। ଉଦଘାଟନ ପରଠାରୁ ସ୍ବାସ୍ଥ୍ୟ କେନ୍ଦ୍ର ଗେଟ ରେ ତାଲା ଝୁଲୁଛି। ଧରପୂର୍ ଓ ଛଞ୍ଚାଁଣ ବାହେଲି ପଞ୍ଚାୟତ ବାସୀଙ୍କ ବହୁତ ଦିନର ଦାବି ପରେ ଓଡ଼ିଶା ସରକାର ୨୦୧୮ -୧୯ ରେ ଏଠାରେ ଏକ ହୋମିଓ ପାଥିକ୍ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରି ସ୍ବାସ୍ଥ୍ୟ କେନ୍ଦ୍ର ଉଦଘାଟନ ସହ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଓ ଜଣେ ଡାକ୍ତର ମଧ୍ଯ ନିଯୁକ୍ତି କରାଗଲା ଫଳରେ ଅଞ୍ଚଳ ବାସି ଖୁସି ହେବା ସହ ସରକାରଙ୍କୁ ଧନ୍ୟବାଦ୍ ଜଣାଇଥିଲେ କିନ୍ତୁ ସେ ଖୁସି ଅଧିକ ଦିନ ରହିଲା ନାହିଁ ନା ମିଳିଲା ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନା ମିଳିଲା ଡାକ୍ତର ଙ୍କ ଦେଖା, ଆଶାଥିଲା  ଅଞ୍ଚଳର ଜନସାଧାରଣ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବେ ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ହେତୁ ଅଞ୍ଚଳ ବାସୀ ଙ୍କ ଆଶା ଧୂଳିସାତ ହୋଇଗଲାା।  ତେଣୁ ଲୋକେ ଏବେ ପର୍ଲl ଓ ଧର୍ମଗଡ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତିି। ତୁରନ୍ତ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନିଯୁକ୍ତି କରି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହେଉଅଛି।

ଡାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା କ୍ରାନ୍ତିର କଲ୍ଲୋଳ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ପରିବର୍ତ୍ତନ

ରାଇରଙ୍ଗପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!