ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଚନ୍ଦାହାଣ୍ଡି.21/7(ମନିସ )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଞ୍ଚାୟତ ଭାଟିପଡା ଗ୍ରାମ ରେ ଧାନ ରୁଆ ପାଇଁ କାଦୁଆ କରୁଥିବା ଟ୍ରାକ୍ଟର ଓଲଟି ଭାତିପଡା ଗ୍ରାମର ରୁପଧର ଚିରାଗୁନ ଙ୍କ ପୁଅ ଶମ୍ଭୁ ଚିରାଗୁନ ଓ ରଫ ଗୁଲୁଟୁ (22) ଟ୍ରାକ୍ଟର ତଳେ କାଦୁଆ ରେ ଚାପି ହୋଇ ମୂର୍ତ୍ୟବରଣ କରି ଥିବା ନେଇ ଶାମ୍ବୁ ର ବାପା ରୂପଧର ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ଦେଇଥିବା ସେ ସୂଚନା ଦେଇଛନ୍ତି l ପୋଲିସ ସୂତ୍ରନୁସାରେ ଭାଟିପଡା ଗ୍ରାମର ସମାଜସେବୀ ଭରତ ବାଘ ଙ୍କ ଜମି ରେ ରୁଆ କରିବା ପାଇଁ ହଳଦୀ ଗ୍ରାମର ଟ୍ରାକ୍ଟର ନେଇ ଥିଲେ ଟ୍ରାକ୍ଟର ଟି ରୁଆ ଜମିର କାଦୁଆ ରେ ଫସି ଯିବାରୁ କଛାରପଡା ଗ୍ରାମର ଟ୍ରାକ୍ଟର କୁ ଅଣା ଯାଇ ଥିଲା ତାହା ମଧ୍ୟ କାଢି ନ ପାରିବାରୁ ଦଳବେଡା ନୃସିଂହ ମାଝି ଙ୍କ ଟ୍ରାକ୍ଟର କୁ ଫସିଥିବା ଟ୍ରାକ୍ଟର କୁ କାଢିବା ପାଇଁ ଅଣା ଯିବାରୁ ଟ୍ରାକ୍ଟର ଟି କାଦୁଅ ରୁ ଫସିଥିବା ଟ୍ରାକ୍ଟର କୁ ବାହାର କରିବା ସମୟ ରେ ରୁଆ ଜମି କାଦୁଅ ରେ ଫସି ଯାଇଥିଲା l ଏହାକୁ କାଢିବା ପାଇଁ ଚାଲକ ସମେତ ସେଠାର ଥିବା ଲୋକମାନେ ପ୍ରୟାସ କରିବା ସତ୍ୱେ ବିଫଳ ହେବାରୁ, ବାହାରେ ଠିଆ ହୋଇ ଦେଖୁଥିବା ଶମ୍ବୁ ଚିରାଗୁନ ନିଜ ଘର ଟ୍ରାକ୍ଟର ଚଳାଉ ଥିବାରୁ ସେ ଫସିଥିବା ଟ୍ରାକ୍ଟର କୁ ବାହାର କରିବି କହି ସେ ନିଜେ ପ୍ରୟାସ କରିବା ସମୟ ରେ ଫସିଥିବା ଟ୍ରାକ୍ଟର ଟି ରୁଆ ଜମି ର କାଦୁଅ ରେ ଓଲଟି ପଡ଼ିଥିଲା l ଶମ୍ବୁ ଟ୍ରାକ୍ଟର ତଳେ କାଡୁଅ ରେ ଚାପି ହୋଇ ଘଟଣା ସ୍ଥଳ ରେ ହିଁ ମୁର୍ତ୍ୟୁ ବରଣ କରିଥିଲେ l ଖବର ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣା ସ୍ଥଳ କୁ ଯାଇ ଅଗ୍ନିଶମ ବାହିନୀ ସହାୟତା ରେ ଶବ ଉଧାର କରି ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର କୁ ପଠାଇ ଦେଇ ଥିଲେ l ମୃତକ ର ପିତା ରୁପଧର ଙ୍କ ଏତଲା ନୁସାରେ 86/2022 ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତ କାରୀ ଅଧିକାରୀ ଏସଆଇ ଶିବ ପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି l ମୃତକ ଜଣକ ନିଜ ଆଡୁ ଗାଡି ବାହାର କରିବି କହି ଦୁର୍ଘଟଣା ଗ୍ରସ୍ଥ ହୋଇ ପ୍ରାଣ ହରାଇ ଥିବା ସେଠାରେ ଥିବା ପ୍ରତେକ୍ଷ ଦର୍ଶି ମାନେ ପ୍ରକାଶ କରୁଥିବା ବେଳେ, ମୃତକ ର ବାପା ରୁପଧର ତାଙ୍କ ପୁଅ କୁ ଟ୍ରାକକ୍ଟର କାଢିବା ପାଇଁ ନିଆ ଯାଇଥିବା ଅଭିଯୋଗ କରିଛନ୍ତି l ଏହାର ନିରପେକ୍ଷ ତଦନ୍ତ ପାଇଁ ସାଧାରଣ ରେ ଦାବୀ କରାଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତିଲା ସିମେଣ୍ଟ ବୋଝେଇ ଟ୍ରକ 

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ବହିଷ୍କାର ଓ ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

Sunil Chandra Nayak

Leave a Comment

error: Content is protected !!