ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର କୋର୍ଟ – ଜମିବାଡ଼ି ଜନିତ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ 

ମୟୂରଭଞ୍ଜ – ୨୨/୭/୨୨(ମସିହା) ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗ୍ରାମର ଜମିବାଡ଼ି ଜନିତ ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ମାମଲାରେ ଦୁଇ ଜଣ ଆସାମୀଙ୍କୁ ଜୁଲାଇ ୨୧ ତାରିଖ ଦିନ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡ ଶୁଣାଣୀ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର । ସୂଚନାଯୋଗ୍ୟ ୧୦/୨/୨୦୨୦ ମସିହାରେ ଅପରାହ୍ନରେ ଜାମପାଣି ଗ୍ରାମର ଚାଷୀ ସୁକଦେବ ମାରାଣ୍ଡି ଏବଂ ତାଙ୍କ ପତ୍ନୀ ବିଲକୁ ଯାଇ ଅନାବନା ଗଛ କଟାକଟି କରୁଥିଲେ । ପୂର୍ବ ଶତ୍ରୁତା ଅନୁଯାୟୀ ଲୁପୁଙ୍ଗଡିହି ଗ୍ରାମର ଲାଲମୋହନ ମୁର୍ମୁ ଏବଂ ମଦନ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଦମ୍ପତି ଦୁଇଜଣଙ୍କ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ କରିଥିଲେ ।ଶେଷରେ କ୍ରୋଧ ଓ ଧୈର୍ଯ୍ୟର ସୀମା ଟପି ଯାଇଥିଲା ସେମାନଙ୍କର । ଲାଲ ମୋହନ ମୁର୍ମୁ ଏବଂ ମଦନ ମୁର୍ମୁ ଦୁଇଜଣ ମିଶି ଦମ୍ପତି ଦୁଇଜଣଙ୍କୁ ଧୁମ୍ ବାଡ଼ିରେ ଆକ୍ରମଣ କରିବା ସହ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ କୁରାଢ଼ିରେ ଆକ୍ରମଣ କରି ହତ୍ୟା କରିଥିଲେ ।ଏହାକୁ ନେଇ ପତ୍ନୀ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଏକ ମାମଲା ରୁଜୁ ହୋଇଥିଲା।ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଓ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଦୁଇ ଆସାମୀମାନଙ୍କୁ ଆଜୀବନ କାରାଦଣ୍ଡ ଓ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୧ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରୀ ଓକିଲ ପଙ୍କଜ ଦାସ ସରକାରଙ୍କ ପକ୍ଷରୁ କେଶ ପରିଚାଳନା କରୁଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

କବିତା – ବସନ୍ତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

Sunil Chandra Nayak

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!