ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ସ୍ମୃତି ଏକ ରୂପା ଜହ୍ନ 

ସ୍ମୃତି ଏକ ରୂପା ଜହ୍ନ 

                       

       କବିତା ସାହୁ  

   ଅତୀତ ଦିନର କେତେ କଥାମାନ 
    ମନରେ ରହିଛି ହୋଇ ସେ ଗୋପନ 
     ଯେତେ ଖୋଜିଲେ  କି ଫେରିବ ସେଦିନ 
    ସ୍ମୁତି ସିନା ଏକ ଅଟେ ରୂପା ଜହ୍ନ। 
୨- ପଛ କଥା ସବୁ ପଡିଗଲେ ମନେ 
     ମନରେ ଆସଇ କୋହ। 
      ଲୁହ ହୋଇ କେବେ ବହି ସେ ଯାଏନ
     ସ୍ମୁତି ରୂପା ଜହ୍ନ ହୋଇ ରହେ ସଦା
      ହୃଦରେ ସାଇତା ତାହା। 
୩- ସୁନୀଳ ଆକାଶେ ରୂପା ଜହ୍ନ ସିନା
      ମନକୁ ନିଅଇ ଟାଣି
       ସ୍ମୁତି ରୂପା ଜହ୍ନ ଦେଖା ତ ଯାଏନା 
        ଅନୁଭବ କରେ ପୁଣି। 
୪- କେତେ ସୁଖଦୁଃଖ ସୁନ୍ଦର ମୁହୁର୍ତ୍ତ 
    ଜୀବନେ ଯାଇଛି ହଜି 
     ମନ ଆକାଶ ରେ ରହିଛି ସିନା ସେ
   ସ୍ମୁତି ଏକ ରୂପା ଜହ୍ନ ସାଜି।

       ଜୟପୁର

Related posts

ଜଳ ଲାଗି ପାଇଁ କେନାଲ ରୁ ପାଣି ଉଠାଉ ଥିବା ବେଳେ ଜଣେ କାଉଡିଆ ନିଖୋଜ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀମନ୍ଦିର ନୀଳଚକ୍ର 

ଘରୋଇ ସଂସ୍ଥା ଚଲାଇଲା ପ୍ରଥମ ଟ୍ରେନ୍‌..

Sunil Chandra Nayak

Leave a Comment

error: Content is protected !!