ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ତିର୍ତୋଲ ବ୍ଲକର ଡାଇଁଲୋ ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା ଅନୁଷ୍ଠିତ

କଟକ -: ଆଜି ୨୨.୦୭.୨୦୨୨ ରିଖ ଅପରାହ୍ନ ୫ଟାରେ ଡାଇଁଲୋ ପଞ୍ଚାୟତ ଗୃହରେ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏକ ଡାକମେଳାର ଆୟୋଜନ କରାଯାଇଥିଲା। ଶଙ୍ଖେଶ୍ୱର ପୋଷ୍ଟମାଷ୍ଟର ପିକିନିକି ଜେନା ଏହି ମେଳାରେ ସ୍ଵାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଡାଇଁଲୋ ପଞ୍ଚାୟତର ପ୍ରତିନିଧି ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବାରିକ,ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର IPPB ମ୍ୟାନେଜର ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ର, ସମ୍ମାନନୀୟ ଅତିଥି ଭାବରେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର,ସମ୍ମାନନୀୟ ବକ୍ତା ଭାବେ ଜଗତସିଂହପୁର ଜିଲ୍ଲାର ସ୍ମଲ ଶେଭିଂସ ଅଫିସର ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଓ କୁଜଙ୍ଗ ଉପ ମଣ୍ଡଳର ଡାକ ନିରୀକ୍ଷକ ଶ୍ରୀଯୁକ୍ତ ରଜନୀକାନ୍ତ ବାରିକ ମହୋଦୟ ଯୋଗଦେବା ସହିତ ମେଳାରେ ଉପସ୍ଥିତ ଥିବା ଡାଇଁଲୋ ପଞ୍ଚାୟତର ୫୦ ରୁ ଅଧିକ ୱାର୍ଡମେମ୍ବର,ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି,ସ୍ୱୟଂସହାୟକ ଗୋଷ୍ଠୀର କର୍ମଚାରୀମାନଙ୍କ ସହିତ ଡାଇଁଲୋ ଗ୍ରାମର ସମସ୍ତ ଗ୍ରାମବାସୀମାନଙ୍କୁ ଡାକଘରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯେପରକି ସଞ୍ଚୟ ଜମା,ସୁକନ୍ୟା,ଆର୍ଡି, ଫିକ୍ସ, ସିନିଅର ସିଟୀଜେନ,ନ୍ୟାସନାଲ ଶେଭିଂ ସାର୍ଟିଫିକେଟ, RPLI, PLI,IPPB,ଆଧାର କାର୍ଡ,ପାନ କାର୍ଡ, ଟ୍ରେନ ଟିକଟ, ଫସଲ ବୀମା ଯୋଜନା, ବର୍ଷକୁ ମାତ୍ର ୨୯୯ କିମ୍ବା ୩୯୯ ଟଙ୍କା ଦେଇ ୧୦ ଲକ୍ଷ୍ୟ ସ୍ୱାସ୍ଥ୍ୟ ବୀମା ଆଦି ଯୋଜନାର ସୁଫଳ ବିଷୟରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମହାପାତ୍ର ଅବଗତ କରାଇଥିଲେ । ପୋଷ୍ଟଅଫିସରେ ଉପଲବ୍ଧ ସମସ୍ତ ଯୋଜନା ସହିତ ନୂତନ ଭାବେ ଆସିଥିବା ଫସଲ ବୀମା ଯୋଜନା ଏବଂ ପ୍ରତେକ ବ୍ୟକ୍ତି ବର୍ଷକୁ ମାତ୍ର ୨୯୯ କିମ୍ବା ୩୯୯ ଟଙ୍କା ଦେଇ ୧୦ ଲକ୍ଷ୍ୟ ଟଙ୍କାର ସ୍ୱାସ୍ଥ୍ୟ ବୀମା ଆଦି କିପରି ପ୍ରତେକ ଗାଁର କୋଣ ଅନୁକୋଣ ତଥା ଘରେ ଘରେ ପ୍ରତେକ ବ୍ୟକ୍ତିମାନଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରିବା ସହିତ ଏହାର ସୁବିଧା ଯେପରି ଅତି ସହଜରେ ମିଳିପାରିବ ଏହାହିଁ ଏହି ଡାକମେଳାର ମୂଳ ଉଦେଶ୍ୟ ବୋଲି ସମ୍ମାନିତ ଅତିଥି ଶ୍ରୀଯୁକ୍ତ କର କହିଥିଲେ । ସମ୍ମାନୀୟ ବକ୍ତା ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ମହୋଦୟ ନିଜ ଅଭିଭାଷଣ ମାଧ୍ୟମରେ ସଞ୍ଚୟ ଖାତା ଖୋଲି ନିଶ୍ଚିତ ରହିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରି ନିଜ ଅଭିଜ୍ଞତାକୁ ସମସ୍ତଙ୍କ ସମ୍ମୁଖରେ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ । ଏହି ମେଳାରେ ଡାଇଁଲୋ ଶାଖା-ଡାକଘର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । କୁଜଙ୍ଗ ଉପମଣ୍ଡଳର ଓଭରସିଅର ଶ୍ରୀଯୁକ୍ତ ଅମରେନ୍ଦ୍ର ପଲେଇ ଓ ସନ୍ତୋଷ ସାହୁ ଏହି ମେଳାକୁ ଆୟୋଜନ କରିଥିଲେ । ଶେଷରେ ଡାଇଁଲୋ ପୋଷ୍ଟ ଅଫିସର ସହକାରୀ ଶାଖା ଡାକପାଳ ସ୍ନେହାଶିଷ ରାଉତ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

ଅମୃତ ନନ୍ଦ ଙ୍କ ରିପୋର୍ଟ

Related posts

ଲେପ୍ରା ସୋସାଇଟି ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ଡ୍ରାଇଭର ସୁରକ୍ଷିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅସ୍ତରାଗ

ନାଳ ମଧ୍ୟରୁ ମାନସିକ ଅନଗ୍ରସର ଯୁବକ ଉଦ୍ଧାର : ଅଳ୍ପକେ ବଞ୍ଚିଗଲା ଜୀବନ

Sunil Chandra Nayak

Leave a Comment

error: Content is protected !!